ଉମର ଅକମଲଙ୍କୁ ସସ୍‌ପେଣ୍ଡ କଲା ପିସିବି

ଉମର ଅକବଲଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ( ପିସିବି  )ଗୁରୁବାର କ୍ରିକେଟର ସମସ୍ତ ଫର୍ମାଟରୁ ବାସନ୍ଦ କରିଛି । ଦୁର୍ନୀତି ବିରୋଧୀ କୋଡ୍ ଅନୁଚ୍ଛେଦ ୪.୭.୧ ଅନୁସାରେ ଅକମଲ୍ଙ୍କ ବିରୋଧରେ ଏହି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି । ମାମଲାର ଯାଞ୍ଚ ଚାଲିଥିବାରୁ ଏ ସମ୍ପର୍କରେ ପିସିବି ପକ୍ଷରୁ ଅଧିକ ସୂଚନା ଦିଆଯାଇ ନାହିଁ। ଅନ୍ୟପଟେ ପାକିସ୍ତାନର ଟି-୨୦ ଲିଗ୍ ପାକିସ୍ତାନ ସୁପର ଲିଗ୍(ପିଏସଏଲ)ର କ୍ଵେଟା ଗ୍ଲାଡିଏଟର୍ସ ଟିମ୍କୁ ଅକ୍ମଲଙ୍କ ବଦଳରେ ନୂଆ ଖେଳାଳି ଅନ୍ତର୍ଭୁକ୍ତ କରିବାକୁ ପିସିବି ପକ୍ଷରୁ କୁହାଯାଇଛି।ସୂଚନାଯୋଗ୍ୟ, ଅକ୍ମଲ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ପକ୍ଷରୁ ୨୦୦ରୁ ଅଧିକ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୫ ହଜାରରୁ ଊର୍ଦ୍ଧ୍ଵ ରନ୍ କରିଛନ୍ତି। ୨୦୧୯ରେ ସେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ