ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ପୌରାଞ୍ଚଳ ଅନ୍ତର୍ଗତ ମହିପାଳସ୍ଥିତ ଏଚ.ଡି.ଏଫ.ସି. ବ୍ୟାଙ୍କ ପରିସରରେ ଏକ ଦିନିକିଆ ରକ୍ତଦାନ ଶିବିର ଶୁକ୍ରବାର ସକାଳେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱେଛାକୃତ ରକ୍ତଦାନ ଶିବିରକୁ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ବ୍ୟାଙ୍କର ଶାଖା ପରିଚାଳକ ପ୍ରଶାନ୍ତ କୁମାର ମିଶ୍ର, ଅନିଲ ଶର୍ମା, ଜ୍ୟୋତିରଞ୍ଜନ ମହାପାତ୍ର, ସନ୍ଦିପ ବୋଷ ପ୍ରମୁଖଙ୍କ ସହିତ ବ୍ୟାଙ୍କର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିରରେ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡିଛି ।