ଏଟିଏମ୍ରୁ ଟଙ୍କା ଲୁଟ୍ ଉଦ୍ୟମ ଘଟଣାରେ ଧରାପଡିଲେ ୪ ନାବାଳକ ଅଭିଯୁକ୍ତ
ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗସ୍ଥିତ ଜେଏସ୍ ଡବ୍ଲ୍ୟୁ ଖଣି ଲିଜ୍ ପରିସରରେ ଥିବା ଏଟିଏମ୍ରୁ ଟଙ୍କା ଲୁଟ୍ ଉଦ୍ୟମ ଘଟଣାରେ ପୋଲିସ୍ ୪ ଜଣ ନାବାଳକ ଅଭିଯୁକ୍ତ ଧରାପଡିଥିବା ଖବର ହସ୍ତଗତ ହୋଇଛି । ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଅମିତାଭ ଦାସଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଏକ ସପ୍ତାହ ପୂର୍ବେ ଜଜାଙ୍ଗ ଠାରେ ଥିବା ଏଟିଏମ୍ କାଉଁଟରରୁ ଭଙ୍ଗାରୁଜା କରି ଟଙ୍କା ଲୁଟ୍ ଉଦ୍ୟମ କରାଯାଇଥିଲା । ଏ ନେଇ ବାମେବାରୀ ଥାନାରେ ଲିଖିତ ଅଭିଯୋଗ କରାଯାଇ କେସ୍ ନଂ-୧୪୦/୨୦୨୦ ଦଫା ୪୫୭, ୩୮୫, ୧୧, ୪୨୭ ମାମଲା ରୁଜୁ ହୋଇଥିଲା । ଏହି ଘଟଣାର ଖଡତାଳ କରି ପୋଲିସ୍ ସୋମବାର ୪ ଜଣ ନାବାଳକ ଅଭିଯୁକ୍ତଙ୍କୁ ଧରି ବାଳ ସୁଧାର ଗୃହକୁ ପଠାଇଥିବା ଓଆଇସି ଦାସ ସୂଚନା ଦେଇଛନ୍ତି ।


