ଏଣ୍ଡୋକ୍ରାଇନ ସୋସାଇଟିର ଅଷ୍ଟମ ବାର୍ଷିକ ସମ୍ମିଳନୀ
ବ୍ରହ୍ମପୁର,(ମନୋଜ କୁମାର ସାହୁ): ବ୍ରହ୍ମପୁର ବଡମେଡିକାଲର ଅଡିଟୋରିୟମ କକ୍ଷରେ ଏଣ୍ଡୋକ୍ରାଇନ ସୋସାଇଟି ପକ୍ଷରୁ ଚାଲିଥିବା ଅଷ୍ଟମ ବାର୍ଷିିକ ସମ୍ମିଳନୀର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥିରୁପେ ଯୋଗଦାନ କରିଛନ୍ତି ଓଡିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲ । ସେ ନିଜର ଅଭିଭାଷଣରେ ଡାକ୍ତରମାନଙ୍କର ସେବା ମନୋବୃତ୍ତି ସହ ଏଣ୍ଡୋକ୍ରାଇନ ସୋସାଇଟିର ଏଭଳି କାର୍ଯ୍ୟକ୍ରମକୁ ପ୍ରଂଶସା କରିଥିଲେ । ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ସମ୍ମିଳନୀ ଆସନ୍ତାକାଲି ଏହା ଉଦଯାପିତ ହେବ । ଏହି ସମ୍ମିଳନୀରେ ପ୍ରଫେସର ରାଧାମାଧବ ତ୍ରିପାଠୀ ,ପ୍ରଫେସର ଚରଣ ପଣ୍ଡା, କମିଟିର ଅଧକ୍ଷ ଏସ୍ .ଆର ପଟ୍ଟନାୟକ, ସଂପାଦକ ଡକ୍ଟର ପି. ରବିକୁମାର , ପ୍ରଫେସର ବିନୟ କୁମାର ମହାନ୍ତି, ମୁଖ୍ୟ ଆବାହକ ସୁନିଲ କୋଟା ଯୋଗ ଦେଇ ମଧୁମେହ , ଥାଇରଡ୍ , ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଏହି ରୋଗରୁ କିଭଳି ଭାବରେ ଜନସାଧାରଣଙ୍କୁ କିପରି ଭାବେ ମୁକ୍ତି ମିଳିପାରିବ ସେ ଉପରେ ଆଲୋକପାତ କରିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରୁ ନାମିଦାମି ଡାକ୍ତର ଏହି ସମ୍ମିଳନୀରେ ଯୋଗଦେଇଥିଲେ ।


