ଟିଲୋ ନୋଡାଲ ହାଇସ୍କୁଲରେ ଶକ୍ତିସଂରକ୍ଷଣ ସଚେତନତା ଶୋଭାଯାତ୍ରା
ବନ୍ତ,(ଯୁଗାଦ୍ଦ ନ୍ୟୁଜ) : ବନ୍ତ ବ୍ଲକ ଟିଲୋ ନୋଡାଲ ହାଇସ୍କୁଲରେ ଶକ୍ତି ସଂରକ୍ଷଣ ସଚେତନତା ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ପାଢୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି ଶକ୍ତି ସଂରକ୍ଷଣ ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ପରେ ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିରୋଦ କୁମାର ଜେନା, ସଭ୍ୟ ନିରଞ୍ଜନ ଲେଙ୍କା, ଶିକ୍ଷକ ଧନେଶ୍ୱର ଜେନା, ଗୌତମ ନାୟକ, ଶିକ୍ଷୟିତ୍ରୀ ଅଲିଭା ପଣ୍ଡା, ବସୁନ୍ଧରା ଜେନା, ବାସନ୍ତୀ ଜେନା, ଉଷାଲାତା ମହାପାତ୍ର, ଗୌରୀବାଳା ପାତ୍ର, ମୌନାବତୀ ସାମଲ, ସୁମିତ୍ରା ବେହେରା, ଅନିମା ଜେନା, କର୍ମଚାରୀ ପ୍ରଫୁଲ୍ଲ ବାରିକ, ସନ୍ତୋଷ ବେହେରା ସହଯୋଗ କରିଥିଲେ ।


