ଏନଏସଏସ ପକ୍ଷରୁ ବୃକ୍ଷ ରୋପଣ ପାଇଁ ସଚେତନତା ରାଲି

ପୋଲସରା,(ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା କୋ-ୟୁନିଟ ପକ୍ଷରୁ ସପ୍ତାହ ବ୍ୟାପୀ ବୃକ୍ଷ ରୋପଣ ସ୍ୱତନ୍ତ୍ର ଶିବିର ଅଗଷ୍ଟ ୩୦ ତାରିଖ ଠାରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି। ସ୍ୱତନ୍ତ୍ର ଶିବିରର ଷଷ୍ଠ ଦିବସରେ ଏନଏସଏସ କୋ-ୟୁନିଟ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଶେଖ ଫରିଦ୍ ଙ୍କ ତତ୍ତ୍ୱାବଧାନରେ ଏକ ରାଲି ପୋଲସରା ସହର ପରିକ୍ରମା କରିଥିଲା। ଏହି ସଚେତନତା ରାଲିକୁ କଲେଜର ପ୍ରିନ୍ସପାଲ ରବୀନ୍ଦ୍ର ନାଥ ପାଲ ପ୍ଲାକାର୍ଡ ଧରି ଶୁଭାରମ୍ଭ କରିଥିଲେ। ଏନଏସଏସ ସ୍ବେଚ୍ଛାସେବୀ ବୃନ୍ଦ ହାତରେ ପ୍ଲାକାର୍ଡ ଧରି ବୃକ୍ଷ ରୋପଣ କରି ପ୍ରବେଶକୁ ସୁରକ୍ଷିତ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ