ଏପଟେ ବିଜେଡ଼ିର ସମାବେଶ ସେପଟେ ବିଜେପି ପକ୍ଷରୁ ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ୧୧ ନଂ ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ମୃତ୍ୟୁ ଘଟଣା କୁ ନେଇ ନିମାପଡ଼ା ରାଜନୀତି ସରଗରମ ହୋଇପଡ଼ିଛି। ଆଜି ଏକ ରୋଚକ ଘଟଣା ଘଟିଛି। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ଘଟଣା ରେ ସଂପୃକ୍ତ ଥିବା ଅଭିଯୋଗ କରି ବିରୋଧୀ ବିଜେପି ଦଳ ପକ୍ଷରୁ ତାଙ୍କ ଇସ୍ତଫା ଦାବି କରାଯାଉଛି। ସବୁଦିନ କିଛି ନା କିଛି ଅଡିଓ ଭାଇରାଲ ହେବାରେ ଲାଗିଛି। ମନ୍ତ୍ରୀ ଆଜି ଅପରାହ୍ନରେ ନିମାପଡ଼ା ବାରବାଟି ପଡିଆରେ ବିଜୁ ଜନତା ଦଳର ୨୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଏକ ସାମୁହିକ ଆନ୍ଦୋଳନ ତଥା ଜନ ସଂପର୍କ ପଦଯାତ୍ରା ଆଳରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ସମାବେଶରେ ଜଗତସିଂପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ,ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ,ପୂର୍ବତନ ବାଚସ୍ପତି ତଥା ଜିଲ୍ଲା ବିଜେଡ଼ି ସଭାପତି ମହେଶ୍ୱର ମହାନ୍ତି,ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଦଳ ର ନେତା ମାନେ ନବୀନ ସରକାର ଙ୍କ ବିଭିନ୍ନ ଯୋଜନା ସଂପର୍କ ରେ ଆଲୋକପାତ କରିବା ସହିତ କେନ୍ଦ୍ର ର ବିଜେପି ସରକାର କୁ ତୀବ୍ର ସମାଲୋଚନା କରିଥିଲେ। ଶେଷରେ ନିମାପଡ଼ା ବ୍ଲକ ବିଜେଡ଼ି ସଭାପତି ଅଶୋକ ସାହୁ ଧନ୍ୟବାଦ ପ୍ରଦାନ କରିଥିବାବେଳେ ଉକ୍ତ ସମାବେଶ ରେ ନଗର ସଭାପତି ଜିବନାନନ୍ଦ ମହାପାତ୍ର,ଗୋପ ବ୍ଲକ ସଭାପତି ମଧୁସୂଦନ ପାଇକରାୟଙ୍କ ସମେତ ମହିଳା ଓ ସମସ୍ତ ଛାମୁଆଁ ସଂଗଠନର କର୍ମକର୍ତ୍ତା ଏବଂ ହଜାର ହଜାର ସଂଖ୍ୟାରେ ମହିଳା ଓ ଦଳୀୟ କର୍ମୀ ଯୋଗଦେଇ ଥିଲେ। ଅପର ପକ୍ଷରେ ନିମାପଡ଼ା ବିଜେପି ପକ୍ଷରୁ ଚାରିଛକ ଠାରେ ଆନ୍ଦୋଳନ କରଯାଇଥିଲା। ରାଜ୍ୟ ବିଜେପି ଉପ ସଭାପତି ପ୍ରଭାତୀ ପରିଡ଼ା, ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ, ପୂର୍ବତନ ଜିଲ୍ଲାପରିଷଦ ପୂର୍ଣ୍ଣଚନ୍ଦ୍ର ଓଝା ପ୍ରମୁଖ ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ଏକ ଶୋଭାଯାତ୍ରା ରେ ଚାରିଛକ ବଜାର ପରିକ୍ରମା କରି ବିଜେଡ଼ି ସରକାର, ମନ୍ତ୍ରୀ ଶ୍ରୀ ଦାଶ ଙ୍କ ନାମ ରେ ସ୍ଳୋଗାନ ଦେଇ ମୁଖ୍ୟ ରାସ୍ତା ଉପରେ ମନ୍ତ୍ରୀ ଶ୍ରୀ ଦାଶ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଯେ ପର୍ଯ୍ୟନ୍ତ ସରକାର ମନ୍ତ୍ରୀ ଶ୍ରୀ ଦାଶ ଙ୍କୁ ବହିଷ୍କାର ନ କରିଛନ୍ତି ଦଳ ପକ୍ଷରୁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନେତା ମାନେ ଚେତାବନୀ ଦେଇଥିଲେ। ବିଜେଡ଼ି ଦଳ ର ଶକ୍ତି ପ୍ରଦର୍ଶନ ଓ ବିଜେପି ଦଳ ର ଆନ୍ଦୋଳନ ନିମାପଡ଼ା ରେ ରୋଚକ ପରିସ୍ଥିତି ସୃଷ୍ଟି କରିଛି।