ଏମିତି ଦେଶ : ଗାଈଙ୍କ ପାଇଁ ରହିଛି ଶୌଚାଳୟ

ଆମ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଜାରି ରହିଛି । ଲୋକଙ୍କ ମଧ୍ୟରେ ଶୌଚାଳୟ ବ୍ୟବହାର କରିବା ଲାଗି ସଚେତନତା ସୃଷ୍ଟି ହେଉଛି । ତେବେ ଗାଈମାନଙ୍କ ଲାଗି ଶୌଚାଳୟ ରହିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ଏଭଳି ଶୌଚାଳୟ ରହିଛି ନେଦରଲାଣ୍ଡ୍ରେ । ଏଠାରେ ଦୁଗ୍ଧ ଉତ୍ପାଦନ ଏକ ଲାଭଜନକ ବ୍ୟବସାୟ । ଚାଷୀମାନେ ଡାଏରୀ ଫାର୍ମିଂ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଏସବୁ ଫାର୍ମରୁ ସୃଷ୍ଟି ହେଉଥିବା ଟନ୍ ଟନ୍ ପରିମାଣର ଗୋବର ଓ ମୁତ୍ର ଯୋଗୁ ଆମୋନିଆ ସୃଷ୍ଟି ହୋଇ ବାୟୁ ପ୍ରଦୂଷଣର ଆଶଙ୍କା ରହିଥାଏ । ତେଣୁ ଏଠାରେ ଗାଈଙ୍କ ୟୁରିନାଲ ଡିଭାଇସ୍ ରଖାଯାଇଥାଏ । ଗାଈଙ୍କୁ ଏଠାରେ ମଳ ମୂତ୍ର ତ୍ୟାଗ କରିବା ପାଇଁ ତାଲିମ୍ ଦିଆଯାଇଥାଏ । ଫଳରେ ଗୋଟିଏ ସ୍ଥାନରେ ଗୋବର ଓ ମୂତ୍ର ସଂଗୃହୀତ ହୋଇପାରିଥାଏ । ଫାର୍ମରେ ଗାଈଗୁଡ଼ିକ ମଣିଷ ପରି ଶୌଚାଳୟରେ ମଳମୂତ୍ର ତ୍ୟାଗ କରିଥାନ୍ତି । ଏହା ଦେଖିଲେ ଯେ କେହି ଚକିତ ହୋଇଯିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ