ଏରା କୋରୁଆରେ ମାଗଣା ଚକ୍ଷୁ ସିକିତ୍ସା ଶିବିର ଓ ବୃକ୍ଷରୋପଣ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଏରା କୋରୁଆସ୍ଥିତ ଶ୍ୟାମଘନ ମଠ ପରିସରରେ ଶ୍ୟାମଘନ ସେବା ସଙ୍ଘ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଟକ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ଅନୁଷ୍ଠିତ ଶିବିରକୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅନନ୍ତ ଚରଣ ସେଠୀ ଉଦଘାଟନ କରିଥିବା ବେଳେ ପି.ସି.ଟି.ଆଇ.ର ଅଧ୍ୟକ୍ଷ ପରିବେଶବିତ କାଶୀନାଥ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ଚକ୍ଷୁ ପରୀକ୍ଷା କରାଇବା ପାଇଁ ଉତ୍ସାହିତ କରିଥିଲେ । ଏହି ଶିବିରରେ ୮୭ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୨୦ଜଣଙ୍କ ଚକ୍ଷୁରେ ମୋତିଆବିନ୍ଦୁ ଅସ୍ତ୍ରପ୍ରଚାର ପାଇଁ କଟକସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଥିଲା । ଏଥିସହିତ ପି.ସି.ଟି.ଆଇ. ପକ୍ଷରୁ ମଠ ପରିସରରେ ୨୦ରୁ ଉର୍ଦ୍ଧ୍ୱ ଔଷଧୀୟ ଏବଂ ଫୁଲ ଫଳ ବୃକ୍ଷର ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ସମାଜସେବୀ ତ୍ରିଲୋଚନ ରାଉତ, ହେମନ୍ତ ଜେନା, ଶିକ୍ଷାବିତ ପ୍ରଣବ କୁମାର ଜେନା, ମଠାଧୀଶ ସାଧୁ ଚରଣ ଦାସ ପ୍ରମୁଖ ଯୋଗଦେଇ ସେବା ସଙ୍ଘର ଏତାଦୃଶ କାର୍ଯ୍ୟର ପ୍ରଶଂସା କରିଥିଲେ । ପ୍ରଭାତ କୁମାର ଲେଙ୍କା, ନିରାକାର ସାହୁ, ଉମେଶ ଚନ୍ଦ୍ର ସାହୁ, ପ୍ରଭାତ ସାହୁ, ତ୍ରିଲୋଚନ ସାହୁ, ନେତ୍ରାନନ୍ଦ ମଲିକ, କେଶବ ମଲିକ, ରଶ୍ମିରଞ୍ଜନ ରାଉତ ଓ ତ୍ରିଲୋଚନ ମଲିକ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ