ଏସ୍ସିବି ମେଡିକାଲ ବିଲ୍ଡିଂରୁ ଖସିଲା ସିଲିଂ ; ଅଳ୍ପକେ ବର୍ତ୍ତିଲେ ରୋଗୀ
କଟକ(ଓ୍ବାଇଏନଏସ) : ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ । ସୈଭାଗ୍ୟବସତଃ କାହାର କିଛି କ୍ଷତି ହୋଇନାହିଁ । ଏସ୍ସିବି ମେଡିକାଲ ହେମାଟୋଲୋଜି ବିଭାଗ ରୋଗୀ ପାଇଖାନାରେ ଅଘଟଣ । କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ । କେବଳ ନୂଆ ଘର ଚିନ୍ତାରେ ଅଧିକାରୀ, ହେଲେ ପୁରୁଣା ଘର ରକ୍ଷଣାବେକ୍ଷଣ କରାଯାଉ ନଥିବା ଅଭିଯୋଗ ହୋଇଛି । ଦୂରବସ୍ଥା ଯୋଗୁ ସିଲିଂ ଖସିପଡ଼ିଛି । ଜଣା ନପଡ଼ିବ ଲାଗି ଉକ୍ତ ସ୍ଥାନକୁ କପଡା ମାରି ଘେରି ଦିଆଯାଇଛି । ଯଦିଓ ଏହି ଘଟଣାରେ କାହାରି କିଛି ହୋଇନାହିଁ କିନ୍ତୁ ରୋଗୀ ବାଥ୍ ରୁମ୍ରେ ଥିଲେ ହୁଏତ ବଡ଼ ଘଟଣା ହୋଇଥାନ୍ତା । ନିକଟରେ ପୁରୁଣା ମେଡିସିନ୍ ୱାର୍ଡରୁ ଆଗରୁ ଛାତରୁ କଂକ୍ରିଟ ଅତଡ଼ା ଖସିଥିଲ। । କେତେବେଳେ ପୁଣି ରୋଗୀ ଷ୍ଟ୍ରେଚରରୁ ଖସି ପଡ଼ିବା ଭଳି ଅଘଟଣ ମଧ୍ୟ ଘଟିଥିଲା ।


