୫୦ ଲକ୍ଷରୁ ଉର୍ଦ୍ଧ ଗଂଜେଇ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):  ଗଜପତି ଜିଲ୍ଲାରେ ପୁଣି 50 ଲକ୍ଷ ଟଙ୍କାର ଗଞ୍ଜେଇକୁ ପୋଲିସ ଜବତ କରିଥିବା ସୂଚନା ମିଳିଛି. ଲଗାତାର ଭାବେ ଗଜପତି ପୋଲିସ ଚଢାଉ କରି ବହୁ ପରିମାଣରେ ଗଞ୍ଜେଇକୁ ଜବତ କରି ଆସୁଥିବା ଯୋଗୁଁ  ଚୋରା ଗଞ୍ଜେଇ ବ୍ୟବସାୟୀମାନେ ଆତଙ୍କିତ ହୋଇପଡିଛନ୍ତି. ସେମାନଙ୍କ ନିଦକୁ ପୋଲିସ  ହଜାଇ ଦେଇଛି. ଗତ ଏପ୍ରିଲ ୨୦ ତାରିଖ ସନ୍ଧ୍ଯାରୁ ଖାନତଲାସୀ ଅଭିଯାନ ଜାରି ରହିଥିଲା। ୨୧ ତାରିଖ ସନ୍ଧ୍ୟାରୁ ପୋଲିସର ଆଠବାକରା ଗ୍ରାମରୁ ଆରମ୍ଭ କରି ନିକଟସ୍ଥ ଡ୍ୟାମ ପାଖ ପର୍ଯ୍ୟନ୍ତ ଛାନଭିନ୍ କରିବାରେ   ପୋଲିସକୁ ବଡ ସଫଳତା ମିଳିଛି। ଅଡବା ଥାନା ଅନ୍ତର୍ଗତ ଏହି ଅଂଚଳରେ ଗଞ୍ଜେଇ ମାଫିଆମାନେ ଚୋରାଚାଲାଣ ପାଇଁ ଲୁଚାଇ ରଖିଥିବା ୫ କ୍ୱିଣ୍ଟାଲ ୨୦ କିଲୋ ଗଂଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ 50 ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି. ଏ ବାବଦରେ କେହି ଗିରଫ ହୋଇନଥିବା ବେଳେ ଅଡବା ଥାନାରେ ୮୨/୨୬ କେଶ ପଂଜୀକୃତ ହୋଇ ତଦନ୍ତ ଜାରି ରହିଛି।ଆର. ଉଦୟଗିରି ଏସଡିପିଓ ଋାକେଶ କୁମାର ସାହୁଙ୍କ ତତ୍ୱାବଧାନରେ ଏହି ଚଢାଉ ହୋଇଥିବା ଜଣାପଡିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ