ଏସ୍‌ଟିପିଆଇ ପରିଦର୍ଶନ କଲେ ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍ ଚୀ ଭୁବନେଶ୍ୱରସ୍ଥିତ ସଫଫେୱର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ) ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ସେ ବାର ଜଣ ଓଡିଆ ଷ୍ଟାର୍ଟ ଅପ୍ ଙ୍କ ସହ ଆଲୋଚନା କରିଥିଲେ ।
ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ବାଗ୍‌ଚୀ ଏହି ଅବସରରେ କହିଥିଲେ ଯେ ଏସ୍‌ଟିପିଆଇ ଷ୍ଟାର୍ଟ ଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହନ କରୁଛି ଏବଂ ଓଡିଆ ଷ୍ଟାର୍ଟ ଅପ୍ ମାନଙ୍କ ଦ୍ୱାରା ଉଦୀୟମାନ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବିଶ୍ୱସ୍ତରୀୟ ସଫଫେୱର ଉତ୍ପାଦ ପ୍ରସ୍ତୁତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । ସେ ବାର ଜଣ ଷ୍ଟାର୍ଟ ଅପ୍ ଙ୍କ ସହ ନିଜର ଉଦ୍ୟୋଗ ଯାତ୍ରା ବିଷୟରେ ଆଲୋଚନା କରି ଏହି ଷ୍ଟାର୍ଟ ଅପ୍ ଇକୋସିଷ୍ଟମରେ ଯେପରି ଅଧିକରୁ ଅଧିକ ଯୁବକଯୁବତୀ ସାମିଲ ହେବେ ସେଥିନିମନ୍ତେ ପରାମର୍ଶ ଦେଇଥିଲେ । ସେଠାରେ ସେ ଏସ୍‌ପିକେ-ମାକ୍ ଟେକ୍ନୋଲୋଜି, ଥିଙ୍କ୍ ର ଇନୋଭେଟିଭ ସଲୁସନ୍ସ, ଏଫ୍‌ଏକ୍ସ ୟୁଏଭି ଟେକ୍ନୋଲୋଜି, କାରବୋନୌଟ, ଇସାମ୍‌ସ, କ୍ୱିବି୭, ପ୍ରାଇମ୍‌, ଡାରୱିନ୍ ଏନର୍ଜି ଏବଂ ଥିଙ୍କ୍ ଟ୍ୟାଙ୍କର ଏକାଡେମୀ ଷ୍ଟାର୍ଟ ଅପ୍ ର ବିଭିନ୍ନ ଉତ୍ପାଦ ବୁଲି ଦେଖିଥିଲେ ।ସୂଚନା ଥାଉ କି ରାଜ୍ୟ ସରକାରଙ୍କ ଷ୍ଟାର୍ଟ ଅପ୍ ଓଡିଶା ଏହି ଉଦୀୟମାନ ଯୁବ ଷ୍ଟାର୍ଟ ଅପ୍ ମାନଙ୍କୁ ଏସ୍‌ଟିପିଆଇର ଇନ୍‌କ୍ୟୁବେସନ ସେଂଟରଠାରେ ନିଜର ଉତ୍ପାଦ ପ୍ରସ୍ତୁତ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି । ଏହି ଇଲେକେଫ୍ରାପ୍ରିନିୟର ପାର୍କରେ କୃଷି ଏବଂ ମତ୍ସ୍ୟ ଚାଷ, ସୌର ଉତ୍ପାଦ, ୟୁଏଭି, ଇଲୁମିନେଟେଡ ଟାଇଲ, ଟ୍ରାଇ ମୋଡ୍ ଡ୍ରୋନ୍‌, ସ୍ୱୟଂଚାଳିତ ୟୁଭିସି ବିଶୋଧନ ରୋବୋଟ୍ ଓ ଔଷଧ ବିତରଣ ଯନ୍ତ୍ର, ଅତ୍ୟାଧୁନିକ ଆଇଓଟି ପର୍ଯ୍ୟବସିତ ପାନୀୟ ଯନ୍ତ୍ର, ଭିୱାନ ଟାଇଲ ଭଳି ଉତ୍ପାଦ ଆମ ଓଡିଆ ଯୁବ ଷ୍ଟାର୍ଟ ଅପ୍ ଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି । ଏହି ଗସ୍ତରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ