ଏୟାର୍ ଇଣ୍ଡିଆ ଉପରେ ୯ହଜାର କୋଟି ଋଣ

ନୂଆଦିଲ୍ଲୀ, (ଏଜେନ୍ସି): ସରକାରୀ ବିମାନ କମ୍ପାନୀ ଏୟାର୍ ଇଣ୍ଡିଆ ଉପରେ ୯ହଜାର କୋଟି ଟଙ୍କାର ଋଣ ରହିଛି । ଯାହାକୁ ପରିଶୋଧ କରିବାକୁ କମ୍ପାନୀ ନିକଟରେ ଅର୍ଥ କି ସାମର୍ଥ୍ୟ ନାହିଁ । ପ୍ରକାଶ ଯେ କମ୍ପାନୀକୁ ରକ୍ଷା କରିବା ପାଇଁ ସରକାରଙ୍କୁ ଆଉ ଏକ ଆଶ୍ୱସ୍ତି ପ୍ୟାକେଜ୍ ଜାରି କରିବାକୁ ପଡ଼ିବ । ହେଲେ ନିର୍ବାଚନ ଶେଷ ହେବା ଓ ନୂଆ ସରକାର କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ ଏହି ଦିଗରେ କୌଣସି ନିର୍ଣ୍ଣୟ ହେବାର ସମ୍ଭାବନା ନାହିଁ । ସୂଚନାନୁସାରେ ଏୟାର୍ ଇଣ୍ଡିଆ ୟୁରୋପ ଓ ଆମେରିକା ପାଇଁ ବିମାନରେ ପ୍ରତ୍ୟହ ପାଖାପାଖି ୬କୋଟି ଟଙ୍କାର କ୍ଷତି ସହୁଛି । ଏହି କ୍ଷତି କାରଣରୁ କମ୍ପାନୀକୁ କିଛି ବିଦେଶୀ ଉଡ଼ାଣ ରଦ୍ଦ କରିବାକୁ ପଡ଼ିଛି । କମ୍ପାନୀ ଆକାଉଣ୍ଟରେ ୫୪ହଜାର କୋଟିରୁ ଊଦ୍ଧ୍ୱର୍ ଋଣ ରହିଛି । ତେବେ ସରକାର ଗତ ବର୍ଷ ଏଥିରେ ୭୬% ଅଂଶ ବିକ୍ରି କରିବାକୁ ଚେଷ୍ଟା କରିଥିଲେ । ହେଲେ ସେଥିରେ ବିଫଳ ହୋଇଥିଲେ । ଏହାପରେ ସରକାର ପାଖାପାଖି ୨୮ହଜାର କୋଟି ଟଙ୍କାର ୱାର୍କିଂ କ୍ୟାପିଟାଲ୍ ଡେଟ୍ ଏକ ସ୍ୱତନ୍ତ୍ର ଯାନ ଏହାର ଇଣ୍ଡିଆ ଆସେଟ୍ ହୋଲ୍ଡିଂସ୍ ଲିମିଟେଡ଼୍ରେ ଟ୍ରାନ୍ସଫର୍ କରିଥିଲେ । ଏହି ଟ୍ରାନ୍ସଫର୍ ସହିତ ସରକାର ଏୟାର୍ଲାଇନ୍ର ବାର୍ଷିକ ୪୪୦୦କୋଟି ଟଙ୍କାର ଇଣ୍ଟରନେଟ୍ ପେମେଣ୍ଟ ଲାୟାବିଲିଟି ମଧ୍ୟରୁ ୨୭୦୦କୋଟି ଟଙ୍କାର ଦାୟିତ୍ୱ ନିଜ ଉପରକୁ ନେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ