ଐଶ୍ୱର୍ଯ୍ୟାଙ୍କ ଲୁକ୍ ଦେଖି ଡିଜାଇନର୍ ରାଗିଲେ

ଐଶ୍ୱର୍ଯ୍ୟା ରାୟ ବଚ୍ଚନ “ପ୍ୟାରିସ୍ ଫ୍ୟାଶନ୍ ୱିକ୍’ରେ ରାମ୍ପ୍ ୱାକ୍ କରି ଡେବ୍ୟୁ କରିଛନ୍ତି । ଐଶ୍ୱର୍ଯ୍ୟାଙ୍କର ଏହି ଡେବ୍ୟୁ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଏହାର କାରଣ ଭାରତୀୟ ଡ୍ରେସ୍ ଡିଜାଇନର୍ “ୱେନଡଲ୍ ରୋଡରିକ୍ସ ଏହି ରାମ୍ପ୍ ଶୋ’ରେ ଐଶ୍ୱର୍ଯ୍ୟାଙ୍କର ଲୁକକୁ ପସନ୍ଦ କରିନାହାନ୍ତି ।
ଐଶ୍ଙ୍କ ଲୁକ୍କୁ ଦେଖି ସେ ଏତେ ରାଗି ଯାଇଛନ୍ତି ଯେ ଏହାକୁ ନେଇ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, “ଲୋରିଏଲ୍, ଆପଣଙ୍କ ପାଖରେ ଦୁନିଆର ସବୁଠାରୁ ସୁନ୍ଦର ମହିଳା ଅଛନ୍ତି । କିନ୍ତୁ ଆପଣ ତାଙ୍କର ଏପରି ମେକ୍ଅପ୍ କରିଛନ୍ତି । ଏମିତି ଡ୍ରେସ୍ ପିନ୍ଧିବାକୁ ଦେଇଛନ୍ତି । ଏହି ଡ୍ରେସକୁ ପିନ୍ଧିବାକୁ ଦେଇଥିବା ଷ୍ଟାଇଲିଷ୍ଟ୍ଙ୍କୁ ବାହାର କରନ୍ତୁ ।’
ସୂଚନାଯୋଗ୍ୟ, “ବିଶ୍ୱ ସୁନ୍ଦରୀ’ ଟାଇଟଲ୍ ଜିତିଥିବା ଐଶ୍ୱର୍ଯ୍ୟା ଅନେକ ବର୍ଷ ଧରି ଲୋରିଏଲ୍ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି । ତେବେ “ପ୍ୟାରିସ୍ ଫ୍ୟାଶନ୍ ୱିକ୍’ର ରାମ୍ପ୍ ଶୋ’ରେ ସେ ପିନ୍ଧିଥିବା ଡ୍ରେସଟିକୁ ୱେନଡେଲ୍ ରୋଡରିକ୍ସ ପସନ୍ଦ କରିନାହାନ୍ତି । ଏପରିକି ଐଶ୍ଙ୍କ ମେକଅପ୍ ବି ତାଙ୍କୁ ଭଲ ଲାଗିନାହିଁ । ଏଥିରେ ଐଶ୍ଙ୍କ ଆଖିରେ ଖରାପ ମେକଅପ୍ ଦିଆଯାଇଛି ଓ ତା’ ସହିତ ହେୟାର୍ ଷ୍ଟାଇଲ୍ ମଧ୍ୟ ଖରାପ ହୋଇଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଭାରତୀୟ ଡିଜାଇନର୍ ୱେନଡେଲ୍ ବିଚ୍ ଓ ରିଜର୍ଟ “ୟେର୍ ଡିଜାଇନ୍ କରିଥା’ନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ