ଓଇସି କଲେଜ ଆଗରେ ଶତାଧିକ ଅଧ୍ୟାପକ ଓ କର୍ମଚାରୀଙ୍କ ବିକ୍ଷୋଭ

ଭୁବନେଶ୍ୱର, : ଓଡ଼ିଶା ଇଞ୍ଜିନିୟରିଂ କଲେଜର କର୍ମଚାରୀଙ୍କ ଦାବି ପୁରଣ ନହେଲେ ସେମାନେ ଦାଦନ ଯିବାକୁ ବାଧ୍ୟ ହେବେ । ଏଣୁ ସରକାର ତୁରନ୍ତ ପଦକ୍ଷେପ ନେଇ ସମସ୍ୟା ସମାଧାନ କରନ୍ତୁ ବୋଲି ଓଡ଼ିଶା ଇଞ୍ଜିନିୟରିଂ କଲେଜ ଏମ୍ପ୍ଲଇଜ ୟୁନିୟନ ପକ୍ଷରୁ କୁହାଯାଇଛି । କଲେଜ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରି ସେମାନେ କହିଛନ୍ତି ଯେ, ସୁନ୍ଦରପଦା ରାସ୍ତାରେ ଥିବା ଏହି କଲେଜ ଓଡ଼ିଶାର ପ୍ରଥମ ଓ ସାନାମ ଅର୍ଜିତ କଲେଜ । ଏଠାରେ ଦିର୍ଘ ବର୍ଷ ହେଲା ୩୫୦ରୁ ଉର୍ଦ୍ଧ କର୍ମଚାରୀ ଯଥା ପ୍ରଫେସର, ଆସିଷ୍ଟାଣ୍ଡ ପ୍ରଫେସର, ପୋଗ୍ରାମର, କ୍ଲର୍କ, ପିଅନ ଆଦି କାମ କରୁଛନ୍ତି । ଏଠାରେ ୪ଶହ କୋଟି ଟଙ୍କାର ଘୋଟାଲା ହୋଇଛି ଏଣୁ ଏହାକୁ ତଦନ୍ତ କରିବା ସହ ସରକାର ହାତକୁ ନେବା, ନିୟମିତ ଦରମା ଦେବା, ଅବସର କାଳୀନ ସୁବିଧା ତୁରନ୍ତ ଯୋଗାଇବା, ଇପିଏଫ୍ ଓ ଇଏସ୍‌ଆଇ ବର୍ଷକର ଡିପୋଜିଟ୍ ହେବା, ଚାକିରୀ ଯେଉଁମାନେ ଛାଡ଼ୁଛନ୍ତି ଦରମା ଓ ଗ୍ରାଚୁଉଟି ତୁରନ୍ତ ପ୍ରଦାନକରିବା, ବିନା କାରଣରେ ନିଳମ୍ବିନ ବନ୍ଦ କରିବା ଦାବି କରାଯାଇଛି । ୟୁନିୟନ ପକ୍ଷରୁ କୁହାଯାଇଛି ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ଆଡ୍‌ମିଶନ ବନ୍ଦ କରି କଲେଜ କାଉନସିଲକୁ କର୍ମଚାରୀ ନପଠାଇ କଲେଜ ବନ୍ଦ କରିବା ପାଇଁ ଚକ୍ରାନ୍ତ କରାଯାଉଛି । ଯାହା ଫଳରେ ୩୫୦ପରିବାର ନିଜର ଜୀବିକା ହରାଇବାକୁ ବସାଇଲେଣି । ପୂର୍ବରୁ ବର୍ଷକୁ ୩୨କୋଟି ଟଙ୍କା ଆଦାୟ ହେଉଥିବା ବେଳେ ଦରମା ବାବଦ ପ୍ରାୟ ୫କୋଟି ଟଙ୍କା ଦିଆଯାଉଥିଲା । ତେବେ ବାକି ଟଙ୍କା କୁଆଡେ ଗଲା ତାହା ପରିପ୍ରକାଶ କରିବାକୁ ଦାବି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ସରକାର ଆସନ୍ତା ୨୪ତାରିଖ ସୁଦ୍ଧା ଦାବି ପୁରଣ ନହେଲେ ରାଜଧାନୀରେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇ କହିଛନ୍ତି । ଏଥିରେ ୟୁନିୟନର ସମ୍ପାଦକ ଅଙ୍ଗଦ କୁମାର ବିଶ୍ୱାଳ, ଉପସଭାପତି ହଳଧର ସ୍ୱାଇଁ, ଯୁଗ୍ମ ସମ୍ପାଦକ ଅମ୍ବିକା ମହାପାତ୍ର, ବିଜୟ କୁମାର ଜୀ ଓ ଶତାଧିକ ସଭ୍ୟ ସାମିଲ ହେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ