ବିଧାନସଭା ଆଗରେ ଗର୍ଜିଲେ ଯୁକ୍ତ ଦୁଇ ଯୁକ୍ତ ତିନି ଅଧ୍ୟାପକ
ଭୁବନେଶ୍ୱର: ବିଧାନସଭା ଆଗରେ ମହାସମାବେଶ କରି ବିକ୍ଷୋଭ କରିଛନ୍ତି +୨ ଓ +୩ର ଅଧ୍ୟାପକ ଓ କର୍ମଚାରୀ । ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଅନୁଷ୍ଠିତ ଏହି ଆନ୍ଦାଳନରେ ୨୦ହଜାରରୁ ଉର୍ଦ୍ଧ ଅଧ୍ୟାପକ ଓ କର୍ମଚାରୀ ବିକ୍ଷୋଭ କରି କହିଛନ୍ତି ଯେ, ମାସକୁ ମାତ୍ର ଦୁଇରୁ ତିନି ହଜାର ଟଙ୍କା ଦରମା ପାଇ କାମ କରୁଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମ୍ଭେ ବିଭିନ୍ନ ମହାବିଦ୍ୟାଳୟ ଦ୍ୱାରା ନିଯୁକ୍ତି ପାଇଛୁ । ଓଡ଼ିଶାର ପ୍ରାୟ ୩ ଶହ ମହାବିଦ୍ୟାଳୟର ୩ହଜାର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସ୍ୱଳ୍ପ ବେତନରେ ଦୀର୍ଘ ୧୧ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ୭ଘଂଟା । କାର୍ଯ୍ୟ କରିବା ସହ ବାୟାମେଟ୍ରିକ୍ ଦେଉଅଛୁ । ଏଥି ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସ୍ଥାୟିତ୍ୱ ପାଇଁ ରାଜ୍ୟ ସରକାରଙ୍କୁ ତାଲିକା ପ୍ରଦାନ କରାଯାଇଛି । ଅଥଚ ସରକାର ଏମାନଙ୍କ ସମସ୍ୟା ପ୍ରତି ଅବଗତ ଥିଲେ ମଧ୍ୟ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ଏମାନଙ୍କୁ ସରକାର ଅନ୍ତର୍ଭୁକ୍ତ କରିନାହଁନ୍ତି । ୧ ଜୁନ୍ ୨୦୦୮ ମସିହାରୁ ୩୦ନଭେମ୍ବର ୨୦୧୩ ପର୍ଯ୍ୟନ୍ତ ସରକାରୀ ଅନ୍ତର୍ଭୁକ୍ତ ହୋଇନଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସରକାରୀ ଅନ୍ତର୍ଭୁକ୍ତ କରିବା, ଚାକିରୀ ସର୍ତାବଳୀ ସହିତ ପୂର୍ଣ୍ଣ ଅନୁଦାନ ଦାବି ଦୀର୍ଘଦିନ ହେଲା ଦାବି ହୋଇ ଆସୁଛି । ସଂଘ ଉଚ୍ଚଶିକ୍ଷା ବିଭାଗକୁ ବାରମ୍ବାର ଜଣାଇବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଗଷ୍ଟ ୨୦୧୮ ମସିହାରେ ଏକ ଆଲୋଚନା କରି ରାଜ୍ୟର ବିଭିନ୍ନ ଶିକ୍ଷା ବିଭାଗର ଆଂଚଳିକ ନିର୍ଦ୍ଦେଶକଙ୍କ ଜରିଆରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଅବସ୍ଥିତି ମଗାଯାଇଥିଲା ଏବଂ ଅଧ୍ୟାପକ, ଅଧ୍ୟାପକା ଓ କର୍ମଚାରୀଙ୍କ ସଂଖ୍ୟା ୨୭୫୦ଜଣ ବୋଲି ଆକଳନ କରାଯାଇ ୧କୋଟି ୪୨ଲକ୍ଷ ୧୬ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ତେବେ ସରକାର ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ସଂଘ ତରଫରୁ ବିଧାନସଭା ଆଗରେ ଦାବି ଉପସ୍ଥାପନା କରିଛି । ଏଥିରେ ସଂଘର ସଭାପତି ଡ଼ ଦେବ ବିଜୟୀ ମିଶ୍ର, ସାଧାରଣ ସମ୍ପାଦକ ଅଭୟ କୁମାର ପ୍ରଧାନ, ଉପସଭାପତି ରଶ୍ମିତା ମହାପାତ୍ର, କୋଷାଧ୍ୟକ୍ଷ ଦିବ୍ୟକାନ୍ତ ତିପାଠୀ, ଆବାହକ ବିମଳ ଚନ୍ଦ୍ର ନନ୍ଦୀ, ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ରାୟ, ରବି ନାରାୟଣ କରଣ, ଧନଞ୍ଜୟ ମିଶ୍ର, ବିଷ୍ଣୁପ୍ରସାଦ ତ୍ରିପାଠୀ, ସ୍ମୃତିରଞ୍ଜନ ପରିଡ଼ା, ଦୀପକ ସାହୁ ଓ ସଂଘର ୨ହଜାର ସଭ୍ୟ ସାମିଲ୍ ହୋଇଥିଲେ ।


