କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ଉଦଯାପିତ

କେନ୍ଦ୍ରାପଡା – ୭ଦିନ ଧରି ଚାଲିଥିବା କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ବାଲିଯାତ୍ରା କମିଟି ସଭାପତି ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଆମର ଅତୀତକୁ ଭୁଲିଗଲେ ଚଳିବନି । ବର୍ତ୍ତାମାନକୁ ଆଖିଆଗରେ ରଖି ସମୟସହିତ ଖାପଖୁଆଇ ଚାଲିବାକୁ ହେବ । ପ୍ରବାଦ ପୁରୁଷ ସୂର୍ଗତ ବିଜୁ ପଟ୍ଟନାୟକ ନବେଦଶକରେ ଯେଉଁ ବାଲିଯାତ୍ରା ଆରମ୍ଭ କରି ଆମର ଐତିହ୍ୟ,ସଂସ୍କୃତି ଓ ପରମ୍ପରାକୁ ଉଦଯିବିତ କରିବାକୁ ଯେଉଁ ପ୍ରୟାସ ଆରମ୍ଭ କରିଥିଲେ ତାଙ୍କର ସେହି ସ୍ୱପ୍ନ ଆଜି ସାକାର ହୋଇଛି । ରାଜ୍ୟରେ ୧୧ଟି ବନ୍ଦର ପ୍ରତିଷ୍ଠା କରାଯିବାକୁ ଚୁକ୍ତିପତ୍ର ସମ୍ପାଦନ ହୋଇଥିବା ବେଳେ ସେଥିମଧ୍ୟରୁ ଧାମରା ଓ ଗୋପାଳପୁର ଠାରେ ୨ଟି ବନ୍ଦର କାର୍ଯ୍ୟକ୍ଷମ ହୋଇଛି । ଅଧିକ ବନ୍ଦର ସ୍ଥାପନ ହେଲେ ଆମର ଆଗାମୀ ପିଢୀ କର୍ମନିଯୁକ୍ତି ପାଇପାରିବେ । ଏହି ବାଲିଯାତ୍ରା ପଡିଆରେ ସ୍ଥାୟୀ ପେଣ୍ଡାଲ ନିର୍ମାଣ ନିମନ୍ତେ ସ୍ଥାନୀୟ ବିଧାୟକଙ୍କ ଅନୁମୋଦନ କ୍ରମେ ଆବଶ୍ୟକ ସରକାରୀ ଅନୁଦାନ ଯୋଗାଇଦେବାକୁ ସେ ପ୍ରୟାସ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଶାନ୍ତିଶୃଙ୍ଖଳା ସହିତ କର୍ତ୍ତବ୍ୟ ସମ୍ପାଦନ କରିବାକୁ ମନ୍ତ୍ରୀ କମିଟି ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିବା ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ କହିଥିଲେ କେନ୍ଦ୍ରାପଡାକୁ ଛାଡି ଓଡିଶାର କଳା, ସଂସ୍କୃତି ଓ ଐତିହ୍ୟର ଇତିହାସ ଲେଖିଯାଇପାରିବ ନାହିଁ । ସାହିତ୍ୟ,ସଂସ୍କୃତି,ଇତିହାସ,ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସାରା ବିଶ୍ୱରେ କେନ୍ଦ୍ରାପଡାର ଇତିହାସ ଜୀବନ୍ତ ରହିଛି । ଦେଢଶହ ବର୍ଷର କେନ୍ଦ୍ରାପଡା ପୌରପାଳିକା,ବ୍ରିଟିଶ ଅମଳରେ ନିର୍ମିତ କଟକ-ଚାନ୍ଦବାଲି ରାସ୍ତା ଓ ବିଶ୍ୱ ପ୍ରସିଦ୍ଧ ଭିତରକନିକାର ଜୈବ ବିବିଧତା ଆମ ଜିଲ୍ଲାର ଗୈାରବକୁ ବହୁଗୁଣିତ କରିଛି । ଆମରସେହି ସ୍ୱର୍ଣ୍ଣିମମୟ ଇତିହାସକୁ ଆଜିର ଏହି ବାଲିଯାତ୍ରା ମନେପକାଇଦେଉଛି । ଆଗାମୀ ପିଢୀର ବଂଶଧରଙ୍କୁ ଆମର ଏହି ଇତିହାସ ପ୍ରେରଣାଦାୟୀ ହେବା ସହ କେନ୍ଦ୍ରାପଡାର ବିକାଶ ଧାରାରେ ଆଉ ଏକ ନୂତନ ଫର୍ଦ ଯୋଡିହେଇଯାଇଛି । ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇ କହିଲେ ଯେ, ଏଠାରେ ଆଜି ଏକ ଅର୍ଭୁତପୂର୍ବ ବାତାବରଣ ସୃଷ୍ଟି ହୋଇଛି । ବାଲିଯାତ୍ରାରେ ହଜାର ହଜାର ସଂଖ୍ୟାରେ ଜନସମାଗମ ଦେଖି ଆମେ ନିଶ୍ଚିନ୍ତ ହେବାଯେ ଆମର ଐତିହ୍ୟ,ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ କେନ୍ଦ୍ରାପଡାରେ ବାଲିଯାତ୍ରା ମହୋତ୍ସବର ଆବଶ୍ୟକତା ରହିଛି । କେନ୍ଦ୍ରାପଡାର ଏହି ବାଲିଯାତ୍ରା କଟକ ବାଲିଯାତ୍ରା ଠାରୁ କୈାଣସି ଗୁଣରେ କମନୁହେଁ । ସାରା ବିଶ୍ୱରେ ପରିଚିତ ହୋଇଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମଭୂମୀ ହେଉଛି କେନ୍ଦ୍ରାପଡା । ଆସନ୍ତା ବର୍ଷକୁ ୫ଲକ୍ଷଟଙ୍କାର ବିଧାୟକ ଆଚଂଳିକ ଉନ୍ନୟନ ପାଣ୍ଠିରେ ଏଠାରେ ସ୍ଥାଇ ସଭା ମଣ୍ଡପ ନିର୍ମାଣ ହେବା ସହ ଗୋବରୀ ଉପରେ ଏକ ସେତୁ ନୂଆବସଷ୍ଟାଣ୍ଡ ଠାରେ ନିର୍ମାଣ କରାଯାଇ ପୈାରାଚଂଳ ସହ ବ୍ଲକ ଅଚଂଳକୁ ସଂଯୋଗ କରାଯିବ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ଆସନ୍ତା ବର୍ଷ ଏହି ବାଲିଯାତ୍ରାକୁ ଜିଲ୍ଲା ସ୍ତରୀୟ ଉତ୍ସବର ମାନ୍ୟତା ପ୍ରଦାନ କରାଯିବ । ଏହି ବାଲିଯାତ୍ରା ନୂଆ ପିଢି ପାଇଁ ଏକ ପ୍ରୋତ୍ସାହନର ବାର୍ତ୍ତା ଦେବ । ଜିଲ୍ଲାପାଳ ସମର୍ଥ ବର୍ମା ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏଥିରେ ପ୍ରବଳ ଜନସମାଗମକୁ ଦେଖି ସ୍ତମ୍ବିଭୁତ ହୋଇପଡିଥିଲେ । ବାଲିଯାତ୍ରା ମହୋତ୍ସବର ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ ଜିଲ୍ଲାପାଳ ଶ୍ରୀ ବର୍ମା । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଯୋଗଦେଇ କେନ୍ଦ୍ରାପଡାର ବାଲିଯାତ୍ରା ଏକ ଇତିହାସ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଯୋଗଦେଇ ଉତ୍କଳୀୟ ପରମ୍ପରାକୁ ଆଗେଇନେବା ପାଇଁ ଆମ ଐତିହ୍ୟ,ସଂସ୍କୃତି ଓ ପରମ୍ପରାକୁ ଉଦଯିବୀତ କରିବା ଉଦେଶ୍ୟରେ ଏହି ବାଲିଯାତ୍ରାର ଆୟୋଜନ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ତୁଳସୀକ୍ଷେତ୍ରାଧିପତି ସିଦ୍ଧ ଶ୍ରୀ ବଳଦେବଜୀଉଙ୍କ ଏକ ଫଟୋଚିତ୍ରା ପ୍ରଦାନ କରାଯାଇଥିବା ବେଳେ ଶ୍ରେଷ୍ଠ ପ୍ରଶାସକ ଭାବେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ “କେନ୍ଦ୍ରାପଡା ଗୈାରବ” ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିସହିତ ରାଜନଗର ବିଧାୟକ ଶ୍ରୀ ସାହୁ, କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା, ଜିଲ୍ଲା ପରିଷଦ ସଭାପତି ଶ୍ରୀ ପରିଡା ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷାବୀତ ଶୁଭାଂଶୁ କମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କମିଟି ଉପସଭାପତି ଧିରେନ୍ଦ୍ର କୁମାର ଦାସ ସ୍ୱାଗତଭାଷଣ ପ୍ରଦାନ,ସମ୍ପାଦକ ସଞ୍ଜୟ କୁମାର ଜେନା ବୀବରଣୀ ପଠନ ଓ ଆଇନଜୀବି ରମଣୀରଞ୍ଜନ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ, ସରପଂଚ ପୀତବାସ ବେହେରା, ନାଏବ ସରପଂଚ ସୁନିତା ସାହୁ, ସହସମ୍ପାଦକ କିଶୋର ପ୍ରଧାନ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରପାଠୀ, ଡଃ.ନାରାୟଣ ପ୍ରସାଦ ଜେନା, ମୀର ସଫିକ, କମିଟି ସଦସ୍ୟ ଗଗନ ବିହାରୀ ଜେନା, ମୃତ୍ୟୁଞ୍ଜୟ ସାହୁ, ଇତିହାସ ଲେଙ୍କା, ଟୁଟୁ ଗେରୁ, କୈଳାସ ଗେରୁ, ପ୍ରଦୀପ ରଥ, ସେକ ମତୁ, ମହମ୍ମଦ ସେକ ଇନାୟତ, ଜିତୁ ଗେରୁ, ଜଗନ୍ନାଥ ଦାସ, ଡଃ.ନାରାୟଣ ପ୍ରସାଦ ଜେନା, ତ୍ରିଲୋଚନ ଦାସ ,କୁମର ଚରଣ ବାଇ,ଶ୍ରୀଧର କୁମାର ମହାନ୍ତି ପ୍ରମୁଖଙ୍କୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ମହୋତ୍ସବରେ ହଜାର ହଜାର  ଲୋକଙ୍କ ସମାଗମ ହୋଇଥିବାର ଦେଖାଯାଇଥିଲା । ଏହାପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ