ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦାରିଙ୍ଗବାଡ଼ିର ଗୌରବ ଅର୍ଜନ କଲେ ସୋନମ ପ୍ରିୟଦର୍ଶିନୀ ସାହୁ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତଥା ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିର ଝିଅ ସୋନମ ପ୍ରିୟଦର୍ଶିନୀ ସାହୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୬୮ନମ୍ବର ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ଦାରିଙ୍ଗବାଡ଼ିର ଗୌରବ ଅର୍ଜନ କରିଛନ୍ତି । ସେ ସ୍ୱର୍ଗତ ସୂର୍ଯ୍ୟ ଚନ୍ଦ୍ର ସାହୁ ଓ ମମତା ସାହୁଙ୍କ ଝିଅ ଅଟନ୍ତି । ସୋନମ ପ୍ରିୟଦର୍ଶିନୀ ଦାରିଙ୍ଗବାଡ଼ି ବ୍ରିଗ୍ରେଡ଼ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଷ୍ଟାଣ୍ଡାର୍ଡ ତିନି ପର୍ଯ୍ୟନ୍ତ ପଡ଼ିଥିଲା ବେଳେ , ବ୍ରହ୍ମପୁର ତକ୍ଷଶିଳା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଯାଏ ପଡ଼ିଥିଲେ । ଯୁକ୍ତ ଦୁଇ କଟକ ସ୍ଥିତ କଳିଙ୍ଗ ଭାରତୀୟ ଅନୁଷ୍ଠାନରେ ଅଧ୍ୟୟନ କରିଥିଲା ବେଳେ ବିଟେକ ଭୁବନେଶ୍ୱର ସ୍ଥିତ କିଟରେ ଅଧ୍ୟୟନ କରିଥିଲେ । ଏହାପରେ ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେବାପାଇଁ ଦୀଲ୍ଲୀରେ ପ୍ରସ୍ତୁତି ହେଉଥିଲେ । ୨୦୧୯ ମସିହାରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଦେଇଥିଲେ । ଏହାର ପରୀକ୍ଷା ଫଳ ୨୨.୯.୨୦୨୧ ରେ ପ୍ରକାଶିତ ହେବାରୁ ସେ ୬୮ନମ୍ବର ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ଦାରିଙ୍ଗବାଡ଼ିର ଗୌରବ ଅର୍ଜନ କରିଛନ୍ତି ।ଏଣୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l


