ଓଡ଼ିଆରପି କଲୋନୀରୁ ପଜିଟିଭ ଚି଼ହ୍ନଟପରେ ଦୁଇ ଗ୍ରାମକୁ ୭ଦିନ ସଟଡାଉନ ଘୋଷଣା

ଛତ୍ରପୁର, (ଓ୍ବାଇଏନ୍ଏସ୍) : ଛତ୍ରପୁର ବ୍ଲକର ଆର୍ଯ୍ୟପଲ୍ଲୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ଓଡ଼ିଆରପି କଲୋନୀ ରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରପଞ୍ଚ ଏମ. ଲଷ୍ମୀ ଶନିବାର ଜିଲ୍ଲପାଳଙ୍କ କ୍ଷମତା ପ୍ରୟୋଗ କରି ଓଡିଆରପି କଲୋନୀ ଏବଂ କେ. ଆର୍ଯ୍ୟପଲ୍ଲୀ କୁ ଜୁଲାଇ ୧୧ତାରିଖ ଠାରୁ ୧୭ତାରିଖ ପର୍ଯ୍ୟନ୍ତ ୭ ଦିନ ନିମନ୍ତେ ସଟ ଡାଉନ ଘୋଷଣା କରିଛନ୍ତି । ଏହାସହ ଗ୍ରାମବାସୀମାନେ ନିଜ ନିଜ ଘରେ କିପରି ନିରାପତ୍ତା ରହିବେ ସେଥି ନିମନ୍ତେ ସଚେତନତା କରୁଛନ୍ତି । ଗ୍ରାମର ବିଭିନ୍ନ ଯାତାୟତ ରାସ୍ତାକୁ ମଧ୍ୟ ସିଲ୍ କରାଯାଇଛି । ଲୋକ ମାନେ କିପରୀ ସୁରକ୍ଷିତ ରହିବେ ସେଥି ନିମନ୍ତେ ପଞ୍ଚାୟତ ପକ୍ଷରୁ ବିଭିନ୍ନ ସଚେତନତା କରାଯାଉଛି । ଲୋକମାନଙ୍କୁ ଘରୁ ବାହାରକୁ ନବାହାରିବା ନିମନ୍ତେ କୁହାଯାଇଛି । ଏହାସହ ଗ୍ରାମକୁ କୋଣସି ଲୋକ ଆସିବେ ନାହିଁ ଏବଂ ଗ୍ରାମ ର କୋଣସି ଲୋକ ଗ୍ରାମ ବାହାରକୁ ଯିବାକୁ ବାରଣ କରାଯାଇଛି । ଗ୍ରାମ ର ସମସ୍ତ ଦୋକାନ ବନ୍ଦ କରିବାକୁ କୁହାଯାଇଛି । ଆଜି ସରପଞ୍ଚ ଏମ. ଲଷ୍ମୀ , ପୂର୍ବତନ ନାଏବ ସରପଞ୍ଚ ଏମ. ଗୁମାଲି, ପିଇଓ ଦୁର୍ଯ୍ୟୋଧନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଦୁଇ ଟି ଗ୍ରାମର ସମସ୍ତ ପ୍ରବେଶ ପଥକୁ ବ୍ୟାରିକାଟ୍ ବାନ୍ଧି ସିଲ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ