ଓଡିଶା କୃଷକ ସଭାର ଦିଗପହଣ୍ଡି ଶାଖା ସମ୍ମିଳନୀ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଚନ୍ଦ୍ର ଚୂଡେଶ୍ବର ଶୈବପୀଠ ପରିସରରେ ଓଡିଶା କୃଷକ ସଭାର ଦିଗପହଣ୍ଡି ଶାଖା ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅଶ୍ୱିନୀ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ମିଳନୀରେ ଓଡ଼ିଶା କୃଷକ ସଭାର ରାଜ୍ୟ ଉପସଭାପତି ଜଗନ୍ନାଥ ମିଶ୍ର ମୂଖ୍ଯଅତିଥି ଭାବେ ଯୋଗ ଦେଇଥିଲେ।କୃଷି ଓ କୃଷକ ବିରୋଧୀ ଆଇନ ପ୍ରତ୍ଯାହାର ଦିଗରେ ଦିଲ୍ଲୀର ସୁଦୀର୍ଘ ଚାଷୀ ଆନ୍ଦୋଳନର ଉଦାହରଣ ଦେଇ କୃଷକ ମାନେ ସଂଗଠିତ ହେଲେ ହିଁ ସେମାନଙ୍କ ସମସ୍ୟା ସୁଧୁରି ପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।ସିପିଏମ ପୂର୍ବତନ ଜିଲ୍ଲା ସମ୍ପାଦକ କୈଳାସ ଷଡ଼ଙ୍ଗୀ, କୃଷକ ସଭା ଜିଲ୍ଲା ସମ୍ପାଦକ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ, ଆଇନଜୀବି କୁରେଶୁ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଲଗାତର ଲଢେଇ ହିଁ ସମାଧାନର ଏକମାତ୍ର ବିକଳ୍ପ ବୋଲି ପ୍ରକାଶ କରିଥିଲେ।ଶେଷରେ ଆଗାମୀ ବର୍ଷ ପାଇଁ କର୍ମକର୍ତ୍ତା ଚୟନ କରାଯାଇ ସୁଶାନ୍ତ କୁମାର ଷଡ଼ଙ୍ଗୀଙ୍କୁ ସଭାପତି, ଅର୍ଦ୍ଦୁ ଘନ ଏବଂ ରାମଚନ୍ଦ୍ର ଗୌଡ ଉପସଭାପତି, ପି. ଶିବଶଙ୍କର ସମ୍ପାଦକ, ଆଲୁ କୁରେଶୁ ଏବଂ ପି. ଶ୍ରୀରାମୁଲୁ ରେଡି ସହସମ୍ପାଦକ ଏବଂ ଅର୍ଦ୍ଦୁ. ହରିଙ୍କୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଥିଲା।ସମ୍ମିଳନୀରେ ଜୟନ୍ତୀବାଳା ମିଶ୍ର, ପୁଷ୍ପଧ୍ବଜ ସାହୁ, ଭି. ସୁଦର୍ଶନ ରାଜୁ, ପି. ଗୋବିନ୍ଦ, ଏ. ସୂର୍ଯ୍ୟ ନାରାୟଣ, ଉଜ୍ଜ୍ୱଳ ସାହୁ ପ୍ରମୁଖ ବହୁ ଚାଷୀ ଉପସ୍ଥିତ ଥିଲେ।


