ଦିଗପହଣ୍ଡି  ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଙ୍କ ବିକ୍ଷୋଭ           

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର  ଦିଗପହଣ୍ଡି ବ୍ଲକ  ଭ୍ରମରପୁର ପଲ୍ଲୀ ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ଭାଜପା ର ପୂର୍ବତନ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପତ୍ର ପ୍ରଦାନ କରିଛନ୍ତି।ଗ୍ରାମର ୪୦ ରୁ ଉର୍ଦ୍ଧ୍ବ ପରିବାର ଙ୍କ ଘର ଉପରେ ୧୧ କେ. ଭି ବିଦ୍ୟୁତ୍ ତାର ରହିଥିବା ରୁ ପରିବାର ଲୋକେ ବିପଦ ପୂର୍ଣ୍ଣ ଅବସ୍ଥାରେ କାଳ କାଟୁଛନ୍ତି।ବାରମ୍ବାର ଦାବି ଆପତ୍ତି ସତ୍ତ୍ୱେ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ ଏଥି ପ୍ରତି କର୍ଣ୍ଣପାତ କରୁନାହାନ୍ତି।ଯାହା ଫଳରେ ଲୋକେ ବହୁ ହଟହଟା ର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ବାସଗୃହ ଉପର ଦେଇ ଯାଇଥିବା ୧୧ କେ ଭି ବିଦ୍ୟୁତ ତାର ହଟାଯିବା ପାଇଁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଉପସ୍ଥିତ ଥିବା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ସେହିପରି ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଭ୍ରମରପୁର ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।  ରାସ୍ତା ସାରା ଖାଲ ଖମା ଯୋଗୁଁ ବହୁତ ଦୁର୍ଘଟଣା ଘଟୁଛି।  ଯାତାୟାତରେ ବହୁତ ଅସୁବିଧାର ସମୁଖୀନ ହେଉଛନ୍ତି ଗ୍ରାମବାସୀ । ଗାଡି ମୋଟର ରେ ମେଡିକାଲ କୁ ଯାଇପାରୁନାହାନ୍ତି  ଅସୁସ୍ଥ ରୋଗୀ।ତେଣୁ ଉକ୍ତ ରାସ୍ତା ର ମରାମତି ପାଇଁ ଦିଗପହଣ୍ଡି ପୂର୍ତ୍ତ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ବାଇଗଣବାଡ଼ି ଗ୍ରାମରେ ବାବା ଶ୍ରୀ ମୁକ୍ତେଶ୍ଵର ଶୈବପୀଠ ମନ୍ଦିରକୁ ବିଦ୍ୟୁତ ସଂଯୋଗ ଓ ନଳକୂପର ବ୍ୟବସ୍ଥା କରାଯିବା ସମେତ ଦିଗପହଣ୍ଡି ଗ୍ରାମାଞ୍ଚଳ ର ବିବିଧ ସମସ୍ୟା ନେଇ ବିଡ଼ିଓ ହଳଧର ଶବର ଙ୍କ ସହ ଆଲୋଚନା କରାଯାଇ ତୁରନ୍ତ ସମସ୍ତ ଜନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଭାଜପା ଜିଲା କମିଟି ସଦସ୍ୟ ଭବାନୀ ପଣ୍ଡା, ଇଂ. ସିପ୍ରା ରାଣୀ ତ୍ରିପାଠୀ, ରଘୁନାଥ ଗୌଡ଼, ସିମାଞ୍ଚଳ ସାସମଲ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ