ଓଡିଶା ରାଜ୍ୟ ସିନିୟର ଫିଡେ ରେଟିଙ୍ଗ୍ ଓପନ ଚେସ୍ ପ୍ରତିଯୋଗିତା ୨୦୧୯ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଆସନ୍ତା ଅକ୍ଟୋବର ମାସ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଓଟି ରୋଡସ୍ଥିତ ଭେନିଆ ପାରାଡାଇଜ୍ କଲ୍ୟାଣ ମଣ୍ଡପଠାରେ ବାଲେଶ୍ୱର ଜିଲ୍ଲା ଚେସ୍ ଆସୋସିଏସନ୍ ଓ ଅଲ୍ ଓଡିଶା ଚେସ୍ ଆସୋସିଏସନ୍ (ଏଓସିଏ)ର ମିଳିତ ସହଯୋଗ ତଥା ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ (ଏଆଇସିଏଫ୍)ର ତତ୍ତ୍ୱାବଧାନରେ ୬୦ତମ ଓଡିଶା ରାଜ୍ୟ ସିନିୟର (ଫିଡେ ରେଟିଙ୍ଗ୍ ଓପନ୍) ଚେସ୍ ପ୍ରତିଯୋଗିତା-୨୦୧୯ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ରାଜ୍ୟର ପ୍ରମୁଖ ରେଟେଡ୍ ଖେଳାଳୀମାନେ ଅଂଶଗ୍ରହଣ କରିବେ । ସମୁଦାୟ ୯ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ କୃତୀ ପ୍ରଥମ ୪ ଜଣ ଖେଳାଳୀ ଚଳିତ ବର୍ଷ ଡିସେମ୍ବର ମାସ ୮ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ କୋଲକାତାଠାରେ ଅନୁଷ୍ଠିତ ହେବାକୁ ଥିବା “ଜାତୀୟ ସିନିୟର ଓପନ୍ ଚେସ୍ ପ୍ରତିଯୋଗିତା-୨୦୧୯”ରେ ଓଡିଶା ରାଜ୍ୟର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟ ବିବେଚିତ ହେବେ । ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ସର୍ବମୋଟ୍ ୫୦ ଜଣ କୃତୀ ପ୍ରତିଯୋଗୀମାନଙ୍କୁ ନଗଦ ୫୦୦୦ ଟଙ୍କା ଅର୍ଥରାଶି ସହ ଟ୍ରଫି ଓ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ଏହାର ସମସ୍ତ ବିବରଣୀ ପ୍ରତିଯୋଗୀମାନେ ଓଡିଶାଚେସ୍.କମ୍ ରୁ ଦେଖିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ