ବିଜେଡିର ୧୯ନଂ ଜୋନ ସ୍ତରୀୟ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ
ଛତ୍ରପୁର,( ଯୁଗାବ୍ଦ ନ୍ୟୁଜ୍) : ଲଗାତାର ଭାବେ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ରୂପେ ମୁକୁଟ ପିନ୍ଧିଛନ୍ତି । ଓଡିଶାବାସୀଙ୍କ ଏହି ଆର୍ଶୀବାଦକୁ ବିଜୁ ଜନତା ଦଳ ପାଥେୟ କରି ବିକାଶ ଧାରାକୁ ଆଗେଇ ନେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧୀ ସମସ୍ତେ ଏହି ଧାରାରେ ସାମିଲ ହେବାକୁ ସେ ଆହ୍ୱାନ ଜଣାଇଛନ୍ତି । ସେହି ପରିପ୍ରେକ୍ଷୀରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ସହିତ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି । ସେହିପରି ଆଜି ଗଂଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ସ୍ଥିତ ମା ଗୋଜବାୟାଣୀ ମନ୍ଦିର ପରିସରରେ ୧୯ନଂ ଜୋନ ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ସଭ୍ୟ ସଂଗ୍ରହ ଅଭିଯାନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଅଧୀକ ଅଧିକ ସଭ୍ୟ ସଂଗ୍ରହ କରିବାକୁ ଉପସ୍ଥିତ କର୍ମୀ ଓ ନେତା ମାନଙ୍କୁ କହିଥିଲେ । ଏହାସହ ସଭ୍ୟ ସଂଗ୍ରହ ଅଭିଯାନର ବିଭିନ୍ନ ଦିଗ ଉପରେ ମଧ୍ୟ ବିଧାୟକ ଶ୍ରୀ ବେହେରା କହିଥିଲେ । ଏହି ବୈଠକରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ନରେନ୍ଦ୍ରପୁର ସରପଂଚ ବାବୁଲା ବେହେରା, ସମିତି ସଭ୍ୟ ଜ୍ୟୋତିରଂଜନ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି.ସୁଦାମ, ସନ୍ତୋଷ ପ୍ରଧାନ,ପୂର୍ବତନ ସାଂସଦ ପ୍ରତିନିଧୀ ଜଟିଆ ନାହାକ, ପୂର୍ବତନ ସରପଂଚ ସୋମାନଥ ବେହେରା, କାଳିଆ ନାହାକ, ଯୁଧିଷ୍ଟିର ଗୈାଡ, ମନୋଜ ମହାଙ୍କୁୁଡ, ଆର୍.ସନ୍ତୋଷ ରେଡ୍ଡୀ, ସହଦେବ ରେଡ୍ଡୀ, ଆନନ୍ଦ ରାଓ, ଦିଲ୍ଲୀ ରେଡ୍ଡୀ, ରଂଜନ ସେଠୀ, ଜଗନ୍ନାଥ ସାବତ, ବିଜୟ କୁମାର ପଣ୍ଡା, ନାରୀନେତ୍ରୀ ନମିତା ମହାରଣାଙ୍କ ସମେତ ସମସ୍ତ ସରପଂଚ/ସମିତିସଭ୍ୟ ଙ୍କସମେତ ବହୁ


