ଓବିସି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :-ଆଜି ବିଜେପି ଜିଲ୍ଲା ଓବିସି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନିର୍ଦେଶକ୍ରମେ ଓବିସି ମୋର୍ଚ୍ଚାର ଜିଲ୍ଲା ସଭାପତି ଅରବିନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀ ବୈଠକରେ ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଭାବେ ଓ ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଓ ଓବିସି ମୋର୍ଚ୍ଚାର ଜିଲ୍ଲା ପ୍ରଭାରୀ ଉମାକାନ୍ତ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମଞ୍ଚ ଆହ୍ବାନ, ପ୍ରଦୀପ ପ୍ରଜ୍ବଳନ, ସାମୁହିକ ମାତୃ ବନ୍ଦନା ଗାନ ପରେ ଉଦଘାଟନୀ ସତ୍ରକୁ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ସଞ୍ଚାଳନ କରିଥିଲେ। ଉଦ୍ଘାଟନୀ ସତ୍ରରେ ଜିଲ୍ଲା ସଭାପତି ଓ ସାଂସଦ ମହୋଦୟ ମୋର୍ଚ୍ଚାର ପଦାଧିକାରୀ ମାନଙ୍କୁ ଉତ୍ତରୀୟ ପିନ୍ଧାଇ ସମ୍ମାନୀତ କରିଥିଲେ। ଏହାପରେ ଦିତୀୟ ସତ୍ରରେ ମୁଖ୍ୟବକ୍ତା, ଅତିଥିମାନେ ରାଜ୍ୟ ସରକାରଙ୍କ ଓବିସି ବର୍ଗର ଲୋକଙ୍କ ପ୍ରତି ବୈମାତୃକ ମନୋଭାବ ବିରୋଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ମୋର୍ଚ୍ଚାର ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ। ଚିଠା ପ୍ରସ୍ତାବରେ କେନ୍ଦ୍ର ସରକାର ଓବିସି ବର୍ଗର ଲୋକଙ୍କ ପାଇଁ ଶିକ୍ଷା, ମେଡିକାଲ ଓ ଡେଣ୍ଟାଲ କଲେଜ ସହିତ ପ୍ରାଇଭେଟ୍ ସେକ୍ଟରେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ରାଜ୍ୟ ସରକାରଙ୍କ ଓବିସି ମାରଣ ନିତିର ତିବ୍ର ଭର୍ସନା କରିଥିଲେ। ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଶିକ୍ଷା ଠୁ ସରକାରୀ ଚାକିରୀ କ୍ଷେତ୍ରରେ ଓବିସି ବର୍ଗର ଲୋକଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ବର୍ଗର ମହିଳା ଓ ଶିଶୁ ମଧ୍ୟ ଅସୁରକ୍ଷିତ। କେନ୍ଦ୍ରର ହସ୍ତକ୍ଷେପ ପରେ ଓବିସି କମିଶନ ଗଠିତ ହୋଇଥିଲେ ହେଁ ଏଯାବତ ତାହା କାର୍ଯ୍ୟକାରୀ ହେଉନାହିଁ। ପଞ୍ଚାୟତ ନିର୍ବାଚନରେ ନ୍ୟାୟାଳୟରେ ମିଥ୍ୟା ସତ୍ୟପାଠ କରି ଓବିସି ବର୍ଗର ଲୋକଙ୍କୁ ସଂରକ୍ଷଣରୁ ବାଦ୍ ଦିଆଗଲା। ଜନସଂଖ୍ୟା ଅନୁପାତରେ ମନ୍ତ୍ରୀମଣ୍ଡଳରେ ମଧ୍ୟ ଓବିସି ବର୍ଗର ଲୋକଙ୍କୁ ଉପଯୁକ୍ତ ନ୍ୟାୟ ମିଳିନାହିଁ। ଓବିସି ବର୍ଗର ଲୋକଙ୍କୁ ପ୍ରମାଣ ପତ୍ର ଦେବାରେ ରାଜ୍ୟ ସରକାର ଟାଳୁଟୁଳ ନିତି ଅବଲମ୍ବନ କରୁଛନ୍ତି । ଏହି ସମସ୍ତ ବିଷୟ ଉପରେ କାର୍ଯ୍ୟକାରିଣୀ ଉଦ୍ବେଗ ପ୍ରକାଶ କରିବା ସହିତ ଏସବୁର ତୁରନ୍ତ ବିହିତ ପଦକ୍ଷେପ ନନେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଚିଠା ପ୍ରସ୍ତାବକୁ ମନୋଜ ପୁଦାର (ସାଧାରଣ ସମ୍ପାଦକ), ଗୋୖରବ ଅଣ୍ଡିଆ (ସାଧାରଣ ସମ୍ପାଦକ) ଓ ଆଦିତ୍ୟ ନାରାୟଣ ପାତ୍ର (ଉପସଭାପତି) ଧନ୍ୟବାଦ ଜ୍ଞାପନ କରିବା ସହିତ ନିତୁନ ସାହା (ଉପସଭାପତି), ମମତା ପ୍ରଧାନ (ସମ୍ପାଦକ), ଭାଗବତ ବାରିକ (ଜିଲ୍ଲା ସମିତି ସଦସ୍ୟ), ପ୍ରଫୁଲ ପାତ୍ର (ମଣ୍ଡଳ ସଭାପତି ଖପରାପଦା), ଶ୍ରୀକୃଷ୍ଣ ପାତ୍ର (ମଣ୍ଡଳ ସଭାପତି ଲଙ୍ଗଳେଶ୍ୱର), ପ୍ରଦୀପ କୁମାର ସିଂ (ମଣ୍ଡଳ ସଭାପତି ବାଲିଆପାଳ), ସରୋଜ କୁମାର କର (ମଣ୍ଡଳ ସଭାପତି କାଲିପଦା), ସର୍ବେଶ୍ଵର ପାତ୍ର ( ନଗର ସଭାପତି ) ପ୍ରମୁଖ ସମର୍ଥନ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ସଦର ବ୍ଲକ ପ୍ରତିନିଧି ସୁଶାନ୍ତ କୁମାର ବେରା ଓ ଆଦିତ୍ଯ ନାରାୟଣ ପାତ୍ର ଅଂଶଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା ସମିତି ସଦସ୍ୟ ମନ୍ମଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।


