ମୋବାଇଲ ଦୋକାନରୁ ଚୋରୀ : ଥାନାରେ ଏତଲା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳିକାଟୁ ପୈାରାଞ୍ଚଳ ସିନେମାହଲ ଛକ ନିକଟସ୍ଥ  ଚଣା ପଦର ଠାରେ ପୋଲସରା ଅଞ୍ଚଳର ସମିର ରଥ  ମୁନା ମୋବାଇଲ ନାମରେ ଏକ ଦୋକାନ ଖୋଲି ଦୀର୍ଘ ସାଢେ଼ ୧ ବର୍ଷ ଧରି ମୋବାଇଲ କାରବାର ଚଳାଇ ଆସୁଥିଲେ । ସବୁଦିନ ଭଳି ସମିର ଦୋକାନ ବନ୍ଦ କରି ଘରକୁ ଫେରିଥିଲ । ବୁଧବାର ବିଳମ୍ବିତ କେହି ଦୁର୍ବୃତ୍ତ ଦୋକାନ ଚାବି ଭାଙ୍ଗି କଳା କନା ବୁଲାଇ  ବିଭିନ୍ନ ନାମୀ ଦାମୀ କମ୍ପାନୀର ୮ ସେଟ ମୋବାଇଲ ଚୋରି ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ । ଗୁରୁବାର ସକାଳୁ ଦୋକାନୀ ମାଲିକ ଦୋକାନ ଖୋଲିବାକୁ ଆସି ଦୋକାନ କବାଟ ଚାବି ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ଦୋକାନରୁ ବିଭିନ୍ନ ନାମୀଦାମୀ କମ୍ପାନୀର ୮ଟି ମୋବାଇଲ ଫୋନ ଚୋରୀ ହୋଇଥିବା ଜାଣିପାରି  ଘଟଣା ସମ୍ପର୍କରେ ସେ  ଗୁରୁବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଥାଉକି ଗତ କିଛି ଦିନ ପୂର୍ବେ ସ୍ଥାନୀୟ ଥାନା ଇଲାକାର ସାରୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ କୈାଣସି ଦୁର୍ଵୁର୍ତ୍ତ କମ୍ପ୍ୟୁଟର ସେଟ୍ ଓ ଏଲଇଡି ଟିଭି ଚୋରୀ କରି ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲା । ଏପରିକି ଗତ କିଛି ମାସ ଧରି ଲଗାତାର ଭାବେ ହିଞ୍ଜିଳି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ବହୁ ମୋଟର ସାଇକେଲ ଚୋରୀ ହୋଇଥିବା ଜଣାପଡିଛି । କିଛି ଦିନ ଅତିକ୍ରାନ୍ତ ହେବା ପରେ ହିଞ୍ଜିଳି ଥାନା ଅଞ୍ଚଳରେ  ଲୁଟେରାଙ୍କ ଆବିର୍ଭାବ ଘଟି ପୁଣି ସେମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିବା ଜଣାପଡିଛି ।
Attachments area
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ