ଓରାଳି ଗ୍ରାମରୁ ୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବଦ ଜଣେ ଗିରଫ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅଞ୍ଚଳରେ ଧଳା ଜହର କାରବାର ବୃଦ୍ଧି ପାଉଥିବା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଆଜି ଅବକାରୀ ବିଭାଗର ଚେତା ପସିଛି । ଆଜି ଅବକାରୀ ବିଭାଗ ପକ୍ଷରୁ ଓରାଳି ଗ୍ରାମରେ ଚଢ଼ାଉ କରାଯାଇ ବ୍ରାଉନସୁଗାର ବିକିବାକୁ ଆସିଥିବା ଜଣେ ଯୁବକ ନିକଟରୁ ୫ଲକ୍ଷ ୪୦ହଜାର ଟଙ୍କାର ବ୍ରାଉନସୁଗାର ଜବଦ କରାଯିବା ସହିତ ତାକୁ ଗିରଫ କରାଯାଇଛି । ସୁଚନାରୁ ଜଣାଯାଇଛି ଭଦ୍ରକରୁ ଆସି ଜଣେ ଯୁବକ ଓରାଳି ଅଞ୍ଚଳରେ ନିୟମିତ ଭାବେ ବ୍ରାଉନସ ସୁଗାର ବିକ୍ରୀ କରିଥାଏ । ଏ ଅଞ୍ଚଳର ଅନେକ ଯୁବକ ତା ନିକଟରୁ ଏହି ଧଳା ଜହରକୁ ନେଇ ଗ୍ରାମାଞ୍ଚଳରେ ବିକ୍ରୀ କରିଥାନ୍ତି । ସମ୍ବଲପୁର ଅବକାରୀ ବିଭାଗର ଇଣ୍ଟେଲିଜେଣ୍ଟସ ବୁ୍ୟରୋର ଅଧିକାରୀ ଧନଞ୍ଜୟ ପାତ୍ର କୌଣସି ସୁତ୍ରରୁ ଖବରପାଇ ଆଜି ସକାଳ ୬ଟା ସମୟରେ ହାଟଡିହି ଅବକାରୀ ଥାନା ସହଯୋଗରେ ଓରାଳି ରାମମନ୍ଦିର ନିକଟରେ ଅତର୍କିତ ଚଢ଼ାଉ କରିବାସହ ଭଦ୍ରକ ଅପର୍ତ୍ତିବିନ୍ଧାର ରବିନ୍ଦ୍ର ବାରିକ ନାମକ ଏହି ଯୁବକକୁ କାବୁ କରିଥିଲା । ତା ନିକଟରୁ ୫୪ଗ୍ରାମ ବ୍ରାଉନସୁଗାର ଜବଦ କରିବା ସହିତ ତାକୁ ଗିରଫ କରି ହାଟଡିହି ଅବକାରୀ ଥାନାକୁ ଆଣିବାପରେ ତାକୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଏହି ଚଢ଼ାଉରେ ହାଟଡିହି ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇଙ୍କ ସମେତ ସମ୍ବଲପୁର ସ ହାଟଡିହିର ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ଥିଲେ । ମାତ୍ର ଏହି ଚଢ଼ାଉ ଏକପାଖିଆ ହୋଇଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଚଢ଼ାଉ ସମୟରେ ଅଭିଯୁକ୍ତର ସହଯୋଗରେ ଏ ଅଞ୍ଚଳରେ ବ୍ରାଉନସୁଗାର କରାବାର କରୁଥିବା ଲୋକମାନଙ୍କୁ ଧରାଯାଇଥିଲେ ଆଗାମି ଦିନରେ ଏହି କାରବାର ଉପରେ ରୋକ ଲଗାଯାଇପାରିଥାନ୍ତା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ