ଓରିଏଣ୍ଟାଲ, ନ୍ୟାସନାଲ, ଓ ୟୁନାଇଟେଡ ଇଣ୍ଡିଆ ଇନ୍ସ୍ୟୋରାନ୍ସ କମ୍ପାନୀକୁ ୧୨୪୫୦କୋଟି ଟଙ୍କା ସହାୟତା

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରାୟତ୍ତ କ୍ଷେତ୍ରର ତିନୋଟି ସାଧାରଣ ବୀମା କମ୍ପାନୀ- ଓରିଏଣ୍ଟାଲ ଇନ୍ସ୍ୟୋରାନ୍ସ କମ୍ପାନୀ ଲିମିଟେଡ, ନ୍ୟାସନାଲ ଇନ୍ସ୍ୟୋରାନ୍ସ କମ୍ପାନୀ ଲିମିଟେଡ ଓ ୟୁନାଇଟେଡ ଇଣ୍ଡିଆ ଇନ୍ସ୍ୟୋରାନ୍ସ କମ୍ପାନୀ ଲିମିଟେଡକୁ ମୋଟ ୧୨୪୫୦ କୋଟି ଟଙ୍କା ସହାୟତା ଯୋଗାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିରେ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଦାନ କରାଯାଇଥିବା ୨୫୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ମଧ୍ୟ ଉପଲବ୍ଧ ରହିଛି। ଏଥିମଧ୍ୟରୁ ୩,୪୭୫ କୋଟି ଟଙ୍କାର ତତ୍କାଳ ସହାୟତା ରାଶି ଜାରି କରି ଦିଆଯିବ। ବାକି ୬,୪୭୫ କୋଟି ଟଙ୍କା ପରେ ଜାରି କରାଯିବ। କ୍ୟାବିନେଟ ଏହି ପୁଞ୍ଜି ଉପଲବ୍ଧତାକୁ ଲାଗୁ କରିବା ନିମନ୍ତେ ଏନଆଇସିଏଲ ପାଇଁ ୭୫୦୦ କୋଟି ଟଙ୍କା ଏବଂ ୟୁଆଇଆଇସିଏଲ ତଥା ଓଆଇସିଏଲ ପାଇଁ ୫୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅଧିକୃତ ଶେୟାର ପୁଞ୍ଜିରେ ବୃଦ୍ଧି ପ୍ରସ୍ତାବକୁ ମଧ୍ୟ ଲାଗୁ କରିଛନ୍ତି। ଏହାବ୍ୟତୀତ ବର୍ତ୍ତମାନର ସ୍ଥିତିକୁ ଧ୍ୟାନରେ ରଖି ଏଗୁଡ଼ିକର ମିଶ୍ରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି ଏବଂ ଏହା ସ୍ଥାନରେ ଏଗୁଡ଼ିକର ଲାଭଦାୟକ ବିକାଶ ପ୍ରତି ଧ୍ୟାନ ଦିଆଯିବ। ତିନୋଟି ସାଧାରଣ ବୀମା କମ୍ପାନୀ ଓଆଇସିଏଲ, ଏନଆଇସିଏଲ ଏବଂ ୟୁଆଇଆଇସିଏଲକୁ ଏହି ପୁଞ୍ଜି ପ୍ରବାହର ପ୍ରଥମ ଭାଗ ସ୍ବରୂପ ଚଳିତ ଆର୍ଥିକ ବର୍ଷରେ ୩,୪୭୫କୋଟି ଟଙ୍କା ଆବଣ୍ଟନ କରି ଦିଆଯିବ। ଅବଶିଷ୍ଟ ରାଶି ଗୋଟିଏ କିମ୍ବା ଦୁଇଟି ଭାଗରେ ଜାରି କରାଯିବ।
ପ୍ରଭାବ, ଏହି ପୁଞ୍ଜି ପ୍ରବାହ ଫଳରେ ରାଷ୍ଟ୍ରୟତ୍ତ କ୍ଷେତ୍ରର ତିନୋଟି ସାଧାରଣ ବୀମା କମ୍ପାନୀ ନିଜର ଆର୍ଥିକ ଏବଂ ଋଣ ପରିଶୋଧ କ୍ଷମତାରେ ସୁଧାର, ଅର୍ଥବ୍ୟବସ୍ଥାର ବୀମା ଆବଶ୍ୟକତା ପୂରଣ କରିବା, ପରିବର୍ତ୍ତନକୁ ଆପଣାଇବା, ସମ୍ବଳ ଯୋଗାଡ଼ କରିବାର କ୍ଷମତା ବଢ଼ାଇବା ଏବଂ ବିପତ୍ତି ପରିଚାଳନାରେ ସୁଧାର ଆଣିବାରେ ସହାୟତା ପାଇପାରିବେ। ଆର୍ଥିକ ପ୍ରଭାବ, ଚଳିତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ କ୍ଷେତ୍ରର ତିନୋଟି ସାଧାରଣ ବୀମା କମ୍ପାନୀ- ଓଆଇସିଏଲ, ଏନଆଇସିଏଲ ଏବଂ ୟୁଆଇଆଇସିଏଲରେ ପୁଞ୍ଜି ପ୍ରବାହର ପ୍ରଥମ ଭାଗ ଆକାରରେ ୩,୪୭୫ କୋଟି ଟଙ୍କାର ଆର୍ଥିକ ପ୍ରଭାବ ରହିବ। ଏହାପରେ ୬,୪୭୫ କୋଟି ଟଙ୍କାର ଅବଶିଷ୍ଟ ଅର୍ଥରାଶି ଜାରି କରି ଦିଆଯିବ। ପରବର୍ତ୍ତୀ ପଦକ୍ଷେପ, ଉପଲବ୍ଧ କରାଯାଉଥିବା ଅର୍ଥରାଶିର ସର୍ବୋତ୍ତମ ଉପଯୋଗ ସୁନିଶ୍ଚିତ କରିବା ଲାଗି ସରକାର କେପିଆଇ ରୂପରେ ଗାଇଡଲାଇନ ଜାରି କରିଛନ୍ତି। ଯାହାର ଲକ୍ଷ୍ୟ ଏସବୁ କମ୍ପାନୀର ବ୍ୟବସାୟିକ କ୍ଷମତାକୁ ବଢ଼ାଇବା ଏବଂ ଲାଭଦାୟକ ବୃଦ୍ଧି ଆଣିବା। ଇତିମଧ୍ୟରେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ମିଶ୍ରଣ ପ୍ରକ୍ରିୟକୁ ସ୍ଥଗିତ କରିଦିଆଯାଇଛି। ଏହା ପରିବର୍ତ୍ତେ ପୁଞ୍ଜି ପ୍ରବାହ ପରେ ଏଗୁଡ଼ିକର ଋଣ ପରିଶୋଧ କ୍ଷମତା ବଢ଼ାଇବା ଏବଂ ଲାଭଦାୟକ ବୃଦ୍ଧି ପ୍ରତି ଧ୍ୟାନ ନିଆଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ