ବିଭିନ୍ନ ସମସ୍ୟା ନେଇ ଇନ୍ଦୁପୁର ପଂଚାୟତବାସୀ ଭେଟିଲେ ଜିଲ୍ଲାପାଳଙ୍କୁ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଇନ୍ଦୁପୁର ଗ୍ରାମପଂଚାୟତବାସୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ସେହି ପଂଚାୟତର ପାନୀୟଜଳ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ପଂଚାୟତର ୬, ୭, ୮, ୧୦ ଓ ୧୨ନମ୍ବର ୱାର୍ଡରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ପଂଚାୟତରେ ଥିବା ପମ୍ପହାଉସରେ ଲାଗିଥିବା ମଟର ଓ ଭଲବ ବହୁ ପୁରୁଣା ହୋଇଯାଇଥିବାରୁ ସବୁ ସ୍ଥାନକୁ ଆବଶ୍ୟକ ଅନୁଯାଇ ପାନୀୟଜଳ ଯୋଗାଣ ହୋଇପାରୁନାହିଁ । ବର୍ତ୍ତମାନ ଟାଣଖରା ସମୟରେ ଯେଉଁଠି ନଳକୂପ ଖରାପହେଲେ ସଂପୃକ୍ତ ଅଚଂଳବାସୀ ନିଜ ହାତରୁ ଅର୍ଥ ଖର୍ଚ୍ଚକରି ସଜାଡୁଥିବା ସେମାନେ ଅଭିଯୋଗ କରିଛନ୍ତି । ଗ୍ରାମ ଶ୍ମସାନଘାଟ ଗତ ୨୦୧୩ମସିହାରୁ ଆରମ୍ଭ ହୋଇ ଅଦ୍ୟାବଧି ଶେଷ ହେଉନଥିବା,ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାଟିର କିଛି ଅଂଶ ଦୀର୍ଘଦିନଧରି ଅବହେଳିତ ହୋଇ ପଡିରହିଥିବା,ଗ୍ରାମପଂଚାୟତ ପକ୍ଷରୁ ନିର୍ମିତ ନୂତନ ଦୋକାନ ଘର ଗୁଡିକ ପ୍ରକୃତ ହିତାଧିକାରୀଙ୍କୁ ବଂଟନ କରାଯିବା ପ୍ରଭୃତି ସମ୍ପର୍କରେ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ । ପଂଚାୟତବାସୀଙ୍କ ପକ୍ଷରୁ ଗୋଲଖ ଚନ୍ଦ୍ର ସାହୁ, ରଶ୍ମିରଞ୍ଜନ ସାହୁ, ନିରଞ୍ଜନ ମଳିକ, ଅରକ୍ଷିତ ସାହୁ, କାମପାଳ ମଳିକ, ବାଇଧର ସାହୁ,ବାବାଜି ମଳିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ