ଓଷକଣାରେ ପ୍ରାଣୀ ଚିକିତ୍ସା ଶିବିର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଓଷକଣା ଗ୍ରାମରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ପ୍ରାଣୀ ଚିକିତ୍ସା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନାଉଗାଁ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟର ପ୍ରାଣୀ ଚିକିତ୍ସାଧିକାରୀ ଡା. ରାଜା ଉଦୟଭାନୁ ରାଉତ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡା. ଶୁଭେନ୍ଦୁ ରଂଜନ ସେଠୀ ଉପସ୍ଥିତ ରହି ଗାଈ ଗୋରୁଙ୍କ ଚିକିତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଣୀଧନ ନିରୀକ୍ଷକ ସଂଗ୍ରାମ କେଶରୀ ରାଉତ, ସଚ୍ଚିଦାନନ୍ଦ ପୋଥାଳ, ବୈଷ୍ଣବ ମହାରଣା, ମନୋରଂଜନ ସ୍ୱାଇଁ, ସେବକ କଣ୍ଠମଣୀ ପରିଡା ଏବଂ ବାଇଫ କର୍ମଚାରୀ ନରେଶ ବାହାଲିଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଶିବିରଟି ‘ଆସ୍କାଡ’ ସହାୟତାରେ ଆୟୋଜନ କରାଯାଇଥିଲା । ଶିବିରରେ ୫୦ଜଣ ଚାଷୀଙ୍କୁ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନର ବିଭିନ୍ନ ଦିଗ ଉପରେ ଶିକ୍ଷା ଦିଆଯାଇଥିଲା । ଶିବିରରେ କୃମି ନିରାକରଣ, ବନ୍ଧ୍ୟା ନିରାକରଣ ଓ କୃମି ପରୀକ୍ଷା କରାଯାଇଥିଲା । ଏହି ଶିବିର ଦ୍ୱାରା ୪୫ଜଣ ଚାଷୀଙ୍କର ୫୭ଟି ପ୍ରାଣୀ ଉପକୃତ ହୋଇଥିଲେ । ଇଂଟାସ ମେଡିସିନ କମ୍ପାନୀ ତରପରୁ କିଛି ଉପଯୋଗୀ ଔଷଧ ଦିଆଯାଇଥିଲା । ଓଷକଣା ପଂଚାୟତର ସମିତି ସଭ୍ୟ ବିରେନ୍ଦ୍ର ବିଶ୍ୱାଳ ଓ ସରପଂଚ ନାରାୟଣ ସ୍ୱାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ