ଓଷ୍ଟା ପକ୍ଷରୁ ବୁଗୁଡା ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ୨୦୨୨

ବୁଗୁଡା, (ଅନିଲ କୁମାର ମହାରଣା):ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ( ଓଷ୍ଟା ) ପକ୍ଷରୁ ବୁଗୁଡା ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଖୋଳଖାଳି ଉଚ୍ଚ ବିଦ୍ୟାଳୟ ପରିସରରେ ନଭେମ୍ବର ୧୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଉତ୍ସବ କାର୍ଯ୍ୟକ୍ରମକୁ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ ଓ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ମିଳିତ ଭାବେ ଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମ ବୁଗୁଡା ବ୍ଲକ ଓଷ୍ଟାର ସଭାପତି ପ୍ରଶାନ୍ତ କୁମାର ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ଅତିଥି ଭାବେ ଶ୍ରୀ ଆଚାରୀ ଓ ଶ୍ରୀ ପ୍ରଧାନଙ୍କ ସମେତ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ଓଷ୍ଟାର ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ଓ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ କର୍ମକାର୍ତ୍ତା ଯୋଗ ଦେଇଥିଲେ। ଏହାପରେ ଛାତ୍ରଛାତ୍ରୀ ବୃନ୍ଦଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ, ସଙ୍ଗୀତ, ବକୃତା, ସାଧାରଣଜ୍ଞାନ, ତର୍କ, ଏକକ ଅଭିନୟ, ସୁନ୍ଦର ହସ୍ତାକ୍ଷର ପ୍ରଭୃତି ବିଷୟରେ ପ୍ରତିଯୋଗିତା ହୋଇଥିଲା। ବ୍ଲକ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ। ଉଦଯାପନୀ ଉତ୍ସବରେ ବ୍ଲକ ସଭାପତି ଶ୍ରୀ ଗୌଡ଼ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଓଷ୍ଟାର ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ଶ୍ରୀ ଦାଶ, ମୁଖ୍ୟ ବକ୍ତା ଭାବେ ଓଷ୍ଟାର ରାଜ୍ୟ କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଏବଂ ସମ୍ନାନିତ ଅତିଥିଭାବେ ଗଞ୍ଜାମ ଜିଲ୍ଲା ଓଷ୍ଟାର ସହସମ୍ପାଦକ ସୂର୍ଯ୍ୟମଣି ମହାନ୍ତି, ମାଣିତରା ହାଇ ସ୍କୁଲ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା, ବୁଗୁଡା ବ୍ଲକ ଓଷ୍ଟା ସମ୍ପାଦକ କାହ୍ନୁ ଚରଣ ସ୍ବାଇଁ, ଓ ଖୋଳଖାଳି ହାଇ ସ୍କୁଲ ପ୍ରଧାନ ଶିକ୍ଷକ ତପନ କୁମାର ମହାପାତ୍ର ଯୋଗଦେଇଥିଲେ। ଅତିଥି ବୃନ୍ଦ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ