ପୋଲସରା ପୋଲିସ ପକ୍ଷରୁ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ପୋଲିସ ଥାନା ପକ୍ଷରୁ ନଭେମ୍ବର ୨୩ ତାରିଖରେ ଆୟୋଜିତ ହେବାକୁ ଥିବା ରକ୍ତଦାନ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ ନଭେମ୍ବର ୧୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ପୋଲସରା ଥାନା ଆରାକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଓକିଲ ସଙ୍ଘର ସଭାପତି ସୁଶାନ୍ତ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରାଙ୍କ ସମେତ ଜନପ୍ରତିନିଧି, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଓ ସାମ୍ବାଦିକ ବୃନ୍ଦ ଯୋଗଦେଇଥିଲେ। ଆଗାମୀ ୨୩ ତାରିଖ ଦିନ ଅନୁଷ୍ଠିତ ରକ୍ତଦାନ ଶିବିରରେ ଯେପରି ତିନି ଶହ ୟୁନିଟରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ ହୋଇପାରିବ ସେଥିପାଇଁ ସମସ୍ତେ ଆନ୍ତରିକ ଉଦ୍ୟମ କରିବାକୁ ଆଇଆଇସି ଶ୍ରୀ ମଲ୍ଲିକ ସମସ୍ତ ଜନ ପ୍ରତିନିଧିଙ୍କ ସମେତ ପୋଲସରା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନର ସହଯୋଗ କାମନା କରିଥିଲେ। ଉକ୍ତ ରକ୍ତଦାନ ଶିବିରରକୁ ସଫଳ କରିବା ପାଇଁ ବିଭିନ୍ନ ଯୁବ ସଂଗଠନ, ବ୍ୟବସାୟୀ ସଂଘ, ସ୍ବେଛାସେବୀ ସଂଗଠନ, ମହିଳା ସଂଗଠନ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ସହଯୋଗ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ