ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ମେଧା ବୃତ୍ତି ପରୀକ୍ଷା ୨୦୧୯
ହାଟଡ଼ିହି, : ଓଷ୍ଟା ପକ୍ଷରୁ ନନ୍ଦିପଦା ହାଟ ସ୍ଥିତ ମୁକୁନ୍ଦ ଚରଣ ବିଦ୍ୟାପୀଠ ଠାରେ ବ୍ଲକସ୍ତରୀୟ ମେଧା ବୃତ୍ତି ପରୀକ୍ଷା ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟାର ବ୍ଲକ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇଙ୍କ ସଂଯୋଜନାରେ ଓ ଓଷ୍ଟାର ବ୍ଲକ ସଭାପତି ପୁର୍ଣ୍ଣଚନ୍ଦ୍ର ସାହୁ, ପରୀକ୍ଷା ନିରୀକ୍ଷକ ତଥା ପୁର୍ବତନ ଇ.ସି ମେମ୍ବର ଗୋପୀନାଥ ଆୟଚଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୃତ୍ତି ପରୀକ୍ଷାରେ ବ୍ଲକର ୨୭ଟି ସ୍କୁଲର ୩୧୦ଜଣ ନବମଶ୍ରେଣୀ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ନନ୍ଦିପଦାହାଟ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନରେନ୍ଦ୍ର ପ୍ରସାଦ ବେହେରା ଅଧିକ୍ଷକ ଭାବେ ପରୀକ୍ଷା ପରିଚାଳନା କରିଥିବାବେଳେ ଶିକ୍ଷକ ସଚିନଦେବ ରାଉତ, ପ୍ରଶାନ୍ତ କୁମାର ଗିରି, ପରେଶ କୁମାର ପରିଡା, ସ୍ମିତାଞ୍ଜଳୀ ଦାସ, ମିଥୁନ କୁମାର ଜେନା, ଦୁର୍ଯ୍ୟୋଧନ ଜେନା, ଶରତ କୁମାର ସାହୁ, ହରେକୃଷ୍ଣ ଭୁୟାଁ, ଶରତ କୁମାର ଶାସିନି, ଶିଶିର କୁମାର ବିଶ୍ୱାଳ, ପ୍ରସନ୍ନ କୁମାର ବେହେରା, ପରମାନନ୍ଦ ପରିଡା, ସୁବାସ ଚନ୍ଦ୍ର ଜେନା, ଆନନ୍ଦ ଚନ୍ଦ୍ର ସାହୁ, ମିନତୀ ଭୂୟାଁ, ଯୁଦ୍ଧିଷ୍ଠିର ପରିଡା ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରୀକ୍ଷା ପରିଚାଳନା କରିଥିଲେ । କେନ୍ଦୁଝର ଇ.ସି ମ୍ବେର ଅନିରୁଦ୍ଧ ସେଠୀ କାର୍ଯ୍ୟକ୍ରମ ସମ୍ପାଦାନ କରିଥିବାବେଳେ କର୍ମଚାରୀ ବନମାଳୀ ଦାସ ସହଯୋଗ କରିଥିଲେ ।