ଓଡ଼ିଆ ଭାଷା ସାହିତ୍ୟର ସର୍ବକାଳୀନ ଆଦର୍ଶ ଥିଲେ ବ୍ୟାସକବି ଫକୀର ମୋହନ ସେନାପତି ଭାଷା ଯୋଦ୍ଧା ଓ ଶିକ୍ଷାବିତ୍ ସୀତାବଲ୍ଲଭଙ୍କୁ ଫକୀର ମୋହନ ସ୍ମୃତି ସମ୍ମାନ

ଭୁବନେଶ୍ୱର,(ୱାଇଏନ୍ଏସ୍): ଓଡ଼ିଆ ସାହିତ୍ୟ, ଗଳ୍ପ, ଉପନ୍ୟାସ, ଭାଷା, ସଂସ୍କୃତି ଓ ପରମ୍ପରା, ଶିକ୍ଷା ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ବ୍ୟାସକବି ସଂକ୍ରାନ୍ତି ପୁରୁଷ ଫକୀର ମୋହନ ସେନାପତିଙ୍କ ୧୭୯ତମ ଜୟନ୍ତୀ ସ୍ଥାନୀୟ ବାଣୀବିହାର ସ୍ଥିତ ତାଙ୍କ ପ୍ରତିମୂର୍ତି ସ୍ଥଳଠାରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତଥା ଚିନ୍ତକ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ କହିଥିଲେ ଯେ ବ୍ୟାସକବି ଥିଲେ ଓଡ଼ିଆ ଭାଷା ରକ୍ଷକ, ଗଦ୍ୟ ସାହିତ୍ୟର ଜନକ, ଜାତୀୟ ଆନ୍ଦୋଳନର ସମର୍ପିତ ବ୍ୟକ୍ତିତ୍ୱ ତଥା ବିଶିଷ୍ଟ ସାହିତ୍ୟିକ, କଥାକାର ପ୍ରମୁଖ । ଓଡ଼ିଆ ସାହିତ୍ୟକୁ ଘରେ ଘରେ ପହଚାଂଇବା ତଥା ସମାଜ ଉପରେ ତାଙ୍କ ଲେଖାର ପ୍ରଭାବ ପଡ଼ିବା ସହିତ ସାମାଜିକ ନ୍ୟାୟ ପ୍ରମୁଖ ଦର୍ଶନଭିତିକ ଗଳ୍ପ, ଉପନ୍ୟାସ ଗଭୀର ଭାବେ ସମାଜ ଉପରେ ପ୍ରଭାବ ପଡ଼ିଛି । ଛ’ମାଣ ଆଠଗୁଣ୍ଠ, ରେବତୀ, ପ୍ରାୟଶ୍ଚିତ, ଲଛମା ପ୍ରମୁଖ ତାଙ୍କର କାଳଜୟୀ କୃତୀ । ଇଂରେଜମାନଙ୍କ ଅନ୍ୟାୟ, ଅତ୍ୟାଚାର ବିରୋଧରେ ସ୍ୱର ଉତୋଳନ କରିବା, ଜମିଦାରୀ ଶୋଷଣ ପ୍ରମୁଖକୁ ବିରୋଧ କରି କାର୍ଯ୍ୟରେ ଓ ଲେଖାରେ ପରିପ୍ରକାଶ କରିପାରିଥିଲେ । ସେ ଥିଲେ ଓଡ଼ିଆର ପ୍ରଥମ ଆତ୍ମଜୀବନୀ ଲେଖକ । ଏହି ଅବସରରେ ଭାଷାଯୋଦ୍ଧା, ଶିକ୍ଷାବିତ୍ ଓ ପୂଜ୍ୟପୂଜା ପ୍ରାଣ ସୀତାବଲ୍ଲଭ ମହାପାତ୍ରଙ୍କୁ ପ୍ରଥମ ବ୍ୟାସକବି ଫକୀର ମୋହନ ସେନାପତି ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ପୂଜ୍ୟପୂଜାର ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସରକାରଙ୍କ ପାଖରେ ଯାହା ଦାବି କରିଥିଲେ ତାହା ଫଳପ୍ରଦ ହୋଇଛି । ଦାବି ମୁତାବକ ପ୍ରତି ପ୍ରତିମୂର୍ତିରେ ମହାପୁରୁଷମାନଙ୍କ କୃତି ଓ କୀର୍ତି ସମ୍ବନ୍ଧରେ ଉଲ୍ଲେଖୀତ ହେବା ସହ ମହାପୁରୁଷମାନଙ୍କ ନାମ ବଡ଼ ବଡ଼ ଅକ୍ଷରରେ ଲେଖାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ଏବଂ ସେ ଦିଗରେ କାର୍ଯ୍ୟ ମଧ୍ୟ ଚାଲିଛି । ଏହା ଓଡ଼ିଶାର ସମସ୍ତ ପୂଜ୍ୟପୂଜା ପ୍ରାଣ, ଭାଷା ସଂସ୍କୃତି ପ୍ରେମୀ, ସ୍ୱାଭିମାନୀ ଓଡ଼ିଆ ସମସ୍ତଙ୍କୁ ଆନନ୍ଦିତ କରିଛି ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଛନ୍ତି ।  ଉକ୍ତ କାର୍ଯ୍ୟକ୍ରମରେ ଯୁଗ୍ମ ସଂଯୋଜକ ନାରାୟଣ ଚନ୍ଦ୍ର ଓଝାଙ୍କ ସହିତ ବିଜୟ ପରିଡ଼ା, ପୂଜ୍ୟପୂଜା ସଂସ୍କୃତି ପ୍ରାଣ ଲକ୍ଷ୍ମୀଧର ବେହେରା, ବ୍ରଜବନ୍ଧୁ ପରିଡ଼ା, ସୀତାଂଶୁ ଶେଖର ମହାରଣା, ରୋହିତ କୁମାର ନାୟକ, ସମିତା ମହାରଣା, ପ୍ରମୋଦ ଦେବ, ନଗେନ୍ ବାରିକ, ତନ୍ମୟ ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ ବୋଲି ମୁଖପାତ୍ର ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ