ଓଡ଼ିଶା ହାଇକୋର୍ଟରେ ୧୦ ଜଣ ଏବଂ ସାରା ଓଡ଼ିଶାରେ ୩୦୦ ମହିଳା ଆଇନ୍ଜୀବୀଙ୍କୁ ସରକାରୀ ଓକିଲ ନିଯୁକ୍ତି ଦାବି

ଭୁବନେଶ୍ୱର, : ଓଡ଼ିଶା ହାଇକୋର୍ଟରେ ଏବଂ ସାରା ଓଡ଼ିଶାର ନିମ୍ନ ଅଦାଲତମାନଙ୍କରେ ୩୩ ପ୍ରତିଶତ ମହିଳା ଆଇନ୍ଜୀବୀଙ୍କୁ ସରକାରୀ ଓକିଲ ପଦବୀରେ ନିଯୁକ୍ତି ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜ କଥାକୁ କାର୍ଯ୍ୟରେ ପରିଣତ କରନ୍ତୁ ବୋଲି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ସଭାପତି ଆଡ଼ଭୋକେଟ ରମେଶ ରାଉତ ଆହ୍ୱାନ ଦେଇଛନ୍ତି । ୫୦ ପ୍ରତିଶତ ସଂରକ୍ଷଣ ପାଇବା ପାଇଁ ମହିଳାମାନଙ୍କର ହକ୍ ରହିଥିଲେ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତ ସଂରକ୍ଷଣ କରିବା ପାଇଁ ଡ଼ିଣ୍ଡିମ ପିଟୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଜର ସୁପାରିଶ ଅନୁଯାୟୀ ଓଡ଼ିଶା ହାଇକୋର୍ଟରେ ଅତି କମ୍ରେ ୧୦ ଜଣ ମହିଳା ଆଇନ୍ଜୀବୀ ଓ ସାରା ଓଡ଼ିଶାର ବିଭିନ୍ନ କୋର୍ଟରେ ଅତି କମ୍ରେ ୩୦୦ ଜଣ ମହିଳା ଆଇନ୍ଜୀବୀଙ୍କୁ ସରକାରୀ ଓକିଲ ପଦବୀରେ ନିଯୁକ୍ତି ଦେବାକୁ ଦାବି କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ କି ଓଡ଼ିଶା ହାଇକୋର୍ଟରେ ସମୁଦାୟ ୩୦ରୁ ଉଦ୍ଧ୍ୱର୍ ସରକାରୀ ଓକିଲ ପଦବୀ ଏବଂ ସାରା ଓଡ଼ିଶାର ବିଭିନ୍ନ କୋର୍ଟରେ ୯୦୦ରୁ ଉଦ୍ଧ୍ୱର୍ ସରକାରୀ ଓକିଲ ପଦବୀ ରହିଛି । ଏତଦ୍ବ୍ୟତୀତ ରାଜ୍ୟ ମାନବାଧିକାର କମିଶନରେ ଜଣେ ମହିଳା ଆଇନ୍ଜୀବୀଙ୍କୁ ସଦସ୍ୟ ପଦବୀରେ ମଧ୍ୟ ନିଯୁକ୍ତି ଦେବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ଦାବୀ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ