ଏମିତି ଗାଁ ଯେଉଁଠି ଘରେ ଘରେ ଭିନ୍ନକ୍ଷମ

ଉତ୍ତରପ୍ରଦେଶର ଆଗ୍ରାଠାରୁ ୨୦ କିଲୋମିଟର ଦୂର ଗ୍ୱାଲିୟର ରୋଡ୍ରେ ବରୋଲି ଅହିର ବ୍ଲକ୍ର ୧୧ଟି ଗାଁର ଦୁଃଖ କହିଲେ ନ ସରେ । ଏହି ସବୁ ଗାଁରେ ଲୋକମାନେ ଫ୍ଲୋରାଇଡ୍ଯୁକ୍ତ ପାଣି ପିଉଥିବାରୁ ଘରେ ଘରେ ଜଣେ ଭିନ୍ନକ୍ଷମ ରହିଛନ୍ତି । ହ୍ୟାଣ୍ଡପମ୍ପରୁ ପାଣି ନ ପିଇବା ପାଇଁ ସେଠାକାର ପ୍ରଶାସନ ହ୍ୟାଣ୍ଡ୍ପମ୍ପ୍ରେ ଲାଲ୍ଦାଗ ଦେଇ ସତର୍କ କରିଛନ୍ତି । ଗାଁଗୁଡ଼ିକରେ ୨୬,୭୦୦ ଲୋକ ରହୁଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୨ ହଜାର ଲୋକଙ୍କ ପାଇଁ ଆର୍ଓ କମ୍ପାନୀର ପାଣି ଉପଲବ୍ଧ ହେଉଛି । ୨୦ ଲିଟରର ଏକ କଣ୍ଟେନର ପାଇଁ କମ୍ପାନୀକୁ ୨୦ଟଙ୍କା ଦେବାକୁ ପଡୁଛି । କମ୍ପାନୀ ପ୍ରତିଦିନ ପାଣି ବିକି ୨ ଲକ୍ଷ ଟଙ୍କାରୁ ବେଶି ଆୟ କରୁଛନ୍ତି । ସବୁଠାରୁ ଅଧିକ ପ୍ରଭାବିତ ଗାଁ ପଚଗାଇ ଖେଡାର ୨୦ଟି ପରିବାର ଗାଁ ଛାଡି ବାହାରକୁ ଚାଲିଗଲେଣି । ଏମିତି ଅବସ୍ଥା ହୋଇଛି, ଖରାପ ପାଣି ଯୋଗୁ ଗାଁର ପୁଅ ଓ ଝିଅଙ୍କର ବାହାଘର କରିବା କଷ୍ଟକର ହୋଇପଡୁଛି । ଏହି ସବୁ ଗାଁର ଲୋକମାନେ ୫ଟି ପୁଷ୍କରିଣୀ ଉପରେ ନିର୍ଭର କରୁଥିଲେ ଓ ତାହା କାଳକ୍ରମେ ନାଳରେ ମିଶିଗଲା । କୂଅଗୁଡିକ ବି ଶୁଖିଗଲା । ପରେ ଭିନ୍ନକ୍ଷମମାନଙ୍କ ସଂଖ୍ୟା ବୃଦ୍ଧିପାଇବାରୁ ଲୋକମାନେ ଏହାକୁ ଅଭିଶାପ ବୋଲି ମାନି ବଞ୍ôଚଥିଲେ । କିନ୍ତୁ ଯେତେବେଳେ ପାଣିରେ ଥିବା ଫ୍ଲୋରାଇଡ ଯୋଗୁ ଲୋକମାନେ ଭିନ୍ନକ୍ଷମ ହେଉଛନ୍ତି ବୋଲି ଜଣାପଡିଲା ସେତେବେଳେ ସେମାନଙ୍କର ଏହି ଧାରଣା ଦୂର ହେଲା । ଏବେ ସବୁ ଗାଁକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲା ଅଧିକାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ