ଓୟୁଜେ ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ
ବାଲେଶ୍ଵର, (ସରୋଜ ପଣ୍ଡା):କାରଗିଲ ଯୁଦ୍ଧରେ ଦେଶ ମାତୃକା ପାଇଁ ପ୍ରାଣବଳି ଦେଇଥିବା ଅମର ଯବାନ ମାନଙ୍କୁ ଆଜି ଓଡ଼ିଶା ସାମ୍ବାଦିକ ୟୁନିଅନ ବାଲେଶ୍ବର ଜିଲ୍ଲା ଶାଖା ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ବାଲେଶ୍ବର ସହରର ଶହୀଦ ପାର୍କ ଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ପରେ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶାଖା ସଭାପତି ଗଙ୍ଗାଧର ରାଉତ ଙ୍କ ନେତୃତ୍ୱରେ କରାଯାଇଥିବା ଏହି କାର୍ଯ୍ୟକ୍ରମ ରେ ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ଦାସ, ବରିଷ୍ଟସଦସ୍ୟ ହିମାଂଶୁ ଦାସ, ଅଜିତ କୁମାର ମହାନ୍ତି, ବିନାୟକ ମହାପାତ୍ର ସୋମନାଥ ସାହୁ, ସଂଗଠକ ମହମ୍ମଦ ହାଇଦର ଖାନ, ମନୋଜ କୁମାର ରାଉଳ, ଲକ୍ଷ୍ମୀଧର ବାରିକ, ଅରୂପ ନାରାୟଣ ମହାନ୍ତି, ତପନ କୁମାର ଦାସ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ୧୯୯୯ ମେ ୩ ରେ ଜାମ୍ମୁ କାଶ୍ମୀର ର କାରଗିଲ ଅଞ୍ଚଳକୁ ପାକିସ୍ଥାନୀ ସେନା ଅନୁପ୍ରବେଶ କରିବା ଖବର ପାଇ ଆମ ଦେଶର ସେନା ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଯୁଦ୍ଧ ଘୋଷଣା କରିଥିଲେ। ଦୀର୍ଘ ୬୦ଦିନର ନିରବଚ୍ଛିନ୍ନ ଯୁଦ୍ଧ ରେ ଆମର ୫୨୭ଜଣ ଯବାନ ଶହିଦ ହୋଇଥିଲେ। ସେହି ଅମର ଯବାନ ମାନଙ୍କ ବିରତ୍ଵ,ଦେଶପ୍ରେମ , ପରାକ୍ରମ, ସାହସ ଓ ଧୈର୍ଯ୍ୟ କୁ ସମଗ୍ର କୃତଜ୍ଞ ଦେଶବାସୀ କେବେବି ଭୁଲି ପାରିବେ ନାହିଁ। ସେମାନଙ୍କ ସ୍ମୃତି ଦେଶବାସୀ ଙ୍କ ପ୍ରାଣକୁ ସର୍ବଦା ଜାଗ୍ରତ ଓ ଜୀବନ୍ତ କରି ରଖୁଥିବ ବୋଲି ସଭାପତି, ସଂପାଦକ ଙ୍କ ସମେତ ଉପସ୍ଥିତି ବରିଷ୍ଟ ସଦସ୍ୟ ମାନେ ମତ ବ୍ୟକ୍ତ କରିଥିଲେ।