କଂଗ୍ରେସ ବିଧାୟକ ମନୋଜ ଜେନା ହତ୍ୟା ପଛରେ ମଦ ବ୍ୟବସାୟ ମୁଖ୍ୟ କାରଣ

ଆସ୍କା ବିଧାୟକ ମନୋଜ ଜେନା ହତ୍ୟା କାରଣ ପଛରେ ମଦ ବ୍ୟବସାୟ ମୁଖ୍ୟ କାରଣ ବୋଲି ସୂଚାନ ମିଳିଛି । ହତ୍ୟାକାଣ୍ଡ ଘଟିବାର ଦୀର୍ଘ ୭ ଦିନ ପରେ ମଧ୍ୟ ଗଞ୍ଜାମ ପୋଲିସର ହାତ  ଖାଲି ରହିଛି । ଅପରାଧିକୁ ଟ୍ରାକ କରିବାରେ ପୋଲିସ ସଫଳ ହୋଇପାରିନାହିଁ । ମନୋଜ ଙ୍କ ସହଯୋଗୀ ଙ୍କ ଏତଲା ଅନୁଯାୟୀ ୭ ଜଣଙ୍କ ନାମରେ ଲୁକ ଆଉଟ ଜାରୀକରିଛି । ଅପରାଧି ମାନେ ଫେରାର ଥିବା ଜଣାପଡିଛି । ପୋଲିସ ତରଫରୁ ଅପରାଧି ମାନଙ୍କୁ ଧରିବା ପାଇଁ ଭଞ୍ଜନଗର , ଆସିକା , ବ୍ରହ୍ମପୁର ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରହିଛି ।ଅଭିଯୁକ୍ତ ମାନେ ଚିହ୍ନଟ ହୋଇସାରିଛନ୍ତି ସେମାନଙ୍କୁ ଅତିଶିଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଏସପି ପ୍ରଭାତ ରାଉତରାୟ କହିଛନ୍ତି । ଗତ ୨୨ ତାରିଖରେ ମନୋଜ ନିଜର କାରଯୋଗେ ଭୁବନେଶ୍ୱରରୁ  ଆସୁଥିବା ବେଳେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିକଟରେ ପରିଶ୍ରା କରିବାକୁ ଓହ୍ଲାଇଥିଲେ । ସେହି ସମୟରେ କିଛି ଦୁବୁତ୍ତ ମନୋଜ ଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଗୁଳି ଚଳାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମନୋଜଙ୍କୁ ଉଦ୍ଧାର କରି ବଡମେଡିକାଲରେ ଭର୍ତ୍ତିକରିଥିଲେ । ଚିକିସ୍ରାଧିନ ସମୟରେ ତାଙ୍କର ମୃତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ