କଂଗ୍ରେସ ରାଜ୍ୟ ପ୍ରଭାରୀ ଛେଲା କୁମାର ୧୯ରେ କନ୍ଧମାଳ ଆସୁଛନ୍ତି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଆଗାମୀ ନିର୍ବାର୍ଚନ କୁ ଦୃଷ୍ଟିରେ ରଖି ୧୯ ତାରିଖରେ ଫୁଲବାଣୀରେ ଏକ ମିଶ୍ରଣ ପର୍ବ ଓ ସାଧାରଣ ସଭା କରିବା ନିଷ୍ପତି କରିଛି l ଏଥି ପାଇଁ ଫୁଲବାଣୀ ନେତାଜୀ କ୍ଲବ ରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ଅନାମ ନାୟକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଶତାଧିକ ଲୋକ କଂଗ୍ରେସ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି  l ଜିଲ୍ଲା କଂଗ୍ରେସ କମିଟି ର ସଭାପତି ହେବାପରେ ୧୨ ଟି ବ୍ଲକରେ ସଙ୍ଗଠନ ସୁଦୃଢ କରିବା ପ୍ରୟାସ ଜାରି ରଖିଛନ୍ତି   l ବିଜେଡି ର ଦୀର୍ଘ ଦିନ ଶାସନ ରେ କଂଗ୍ରେସ ସମର୍ଥକ ମାନେ  ବିଜେଡି ରେ ମିଶି ଯାଉଥିବାବେଳେ କନ୍ଧମାଳ ରେ ଅନାମ ନାୟକ କଂଗ୍ରେସ ଦଳକୁ ସୁଦୃଢ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇ ଛନ୍ତି  l କିଛିଦିନ ତଳେ ଦାରିଙ୍ଗବାଡି ରେ ଏକ ବଡ ଧରଣର ମିଶ୍ରଣ ପର୍ବ ଆୟୋଜନ କରିଥିଲେ l ଚଳିତ ମାସ  ୧୯ ତାରିଖ ରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଛେଲା କୁମାର ଏକ ସାଧାରଣ ସଭାରେ  ଯୋଗ ଦେବେ l ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟନାୟକ, ଖଡ଼ିଆଳ ବିଧାୟକ ଅଧୀରଞ୍ଜନ ପାଣିଗ୍ରାହୀ, ରାଜ୍ୟ ଓବସି ଚେୟାରମ୍ୟାନ ଜ୍ଞାନଦେବ ମୋହନ ବେହୁରା, ତାରାପ୍ରସାଦ ବାହିନୀପତି, ରମେଶ ଜେନା, କନ୍ଧମାଳ ପ୍ରଭାରୀ ବିସ୍ମୟ ମହାପାତ୍ର, ହୁସସେ ଖାନ, ଜଙ୍ଗେଶ୍ୱର ବାବୁ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗଦେବେ ବୋଲି ରାଜ୍ୟ ପି ସି ସି ସମ୍ପାଦକ ଚନ୍ଦ୍ର ଶେଖର ପରିଡା ପ୍ରକାଶ କରିଛନ୍ତି l ସୋମବାର ଦିନ ଯୁବକଂଗ୍ରସ ଏସ ପି ଅଫିସ ଘେରାଉ କରିବ ବୋଲି ସଭାପତି ବସନ୍ତ ପାଢ଼ୀ କହିଛନ୍ତି l ପି ସି ସି କାର୍ଯ୍ୟାଳୟ ରେ ପୋଲିସ ପଶି ମାଡ଼ ମାରିବାର ପ୍ରତିବାଦ କରିବ ଯୁବ କଂଗ୍ରେସ l ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ କଂଗ୍ରେସ ସାଂସଦ  ରାଧାକାନ୍ତ ଡିଗଲ, ନଗର କଂଗ୍ରେସ ସଭାପତି ଶିବଶଙ୍କର ବେହେରା, ବୁଢା ଦାସ, ପ୍ରଫୁଲବେହେରା, ମିକା ମହାପାତ୍ର ଆଇନଜୀବୀ ବିଜୟ ମହାନ୍ତି, ନୃସିଂହ ଶତପଥି (ପୂର୍ବତନ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନ ଙ୍କ ପ୍ରତିନିଧି,) ପ୍ରମୁଖ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ  l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ