କଟକରେ ପୁଣି ଜଘନ୍ୟ ହତ୍ୟାକାଣ୍ଡ
କଟକ, (ଦୀପକ୍ କୁମାର ବେଉରା): କଟକରେ ପୁଣି ମାତିଲେ ଗ୍ୟାଙ୍ଗଷ୍ଟାର ପାର୍ବଣ ଋତୁର ଆରମ୍ଭରେ କଟକରେ ମର୍ଡର ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ଆଉ ଗଣ୍ଡଗୋଳ ଉଗ୍ରରୂପ ଧରି ଜଣେ ମୃତ । ମୃତକ ଜଣକ ହେଲେ ସତିଚଉରା ଛକରେ ଥିବା କାଠଯୋଡ଼ି ବିଦେଶୀ ମଦ ଦୋକାନର ମାଲିକ ପ୍ରକାଶ ବେହେରା ଓରଫ ହାଡ଼ିଆ । ନିଜ ଅଞ୍ଚଳରେ ହାଡ଼ିଆର ଦବଦବା ଥିବା ବେଳେ କଟକର ବିଭିନ୍ନ ଥାନାରେ ୨୦ ରୁ ଉର୍ଦ୍ଧ୍ବ ମାମଲା ରହିଛି । ତେବେ ମଦ ବେପାର କୁ ନେଇ ନିଜ ଭଣଜା ସହିତ ଥିବା ପାରିବାରିକ କନ୍ଦଳ କୁ ନେଇ ଏହି ସଙ୍ଗୀନ ହତ୍ୟା ଘଟିଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ୧୫ ଦିନ ତଳେ ଭଣଜାମାନଙ୍କ ସହିତ ହୋଇଥିବା ଗଣ୍ଡଗୋଳର ସମାଧାନ ଲାଲବାଗ ଥାନାରେ ହୋଇଥିଲା । ହେଲେ ଚୁପ ବସିଲେନି ଭଣଜା ମାନେ ବେପାର କଥାକୁ ନେଇ ଜୀବନ ନେଇଗଲେ ମାମୁଁର ।ତେବେ ପୋଲିସ ତଦନ୍ତ ଜୋରଦାର ହୋଇଥିବା ବେଳେ ଘଟଣାସ୍ଥଳରେ ପହଂଚିଛନ୍ତି ସାଇଣ୍ଟିଫିକ ଦଳ । କଟକ ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି, ଯଥାଶ୍ରୀଘ ଦୋଷୀକୁ ଧରାଜୀବ ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ । ପୂର୍ବ ଶତ୍ରୁତା ତଥା ପାରିବାରିକ ସମ୍ପର୍କକୁ ନେଇ ଅଧିକ ତଦନ୍ତ କରାଯିବ । ତେବେ ମଦବେପାରକୁ ଦୁଇ ପରିବାର ଭିତରେ ଥିବା ତିକ୍ତତା ହିଁ ହତ୍ୟାର ପ୍ରମୁଖ କାରଣ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।


