କଟର ମେସିନରେ କଟି ଶ୍ରମିକ ଗୁରୁତର

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ଯୋଡା ସହରର ହୁଡି ସାହିଠାରେ କଟର ମେସିନରେ କଟି ଜଣେ ଶ୍ରମିକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାଜଣାପଡିଛି  ା ସୂଚନାନୁଯାୟୀ ଜଣାପଡିଛିଯେ, ଶୁକ୍ରବାର ଅପରାହ୍ନ ୨.୩୦ ମିନିଟ୍ ସମୟରେ ହୁଡିସାହିଠାରେ ଏକ ନବନିର୍ମିତ ଘରର ଇଲେକ୍ଟ୍ରିଫିକେସନ କାର୍ଯ୍ୟ କରିବା ପାଇଁ କଟର ମେସିନ୍ ସାହାଯ୍ୟରେ କାନ୍ଥ କଟାଯାଉଥିବା ବେଳେ , କଟର ମେସିନର ଧାରୁଆ ବ୍ଲେଡ୍  ଖସି ଯାଇ ଶ୍ରମିକ ବିକ୍ରମ ମୁଣ୍ଡା ଙ୍କ ବାମ ପଟ ହାତ ଓ ମୁହଁ ମାଢି ସମେତ ଦାନ୍ତ କଟିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତି କରାଯାଇଛି । ମୁହଁ କଟିଯାଇଥିବାରୁ ସେ କଥା କହି ପାରୁନାହାନ୍ତି । ଆହତ ବିକ୍ରମଙ୍କ ଘର ଜାମୁନାଳିଆ ଗ୍ରାମରେ ବୋଲି  ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ