କଠିନ ବଜ୍ୟବସ୍ତୁ ପରିଚାଳନା ର ଗଂଜାମ ଜିଲ୍ଲାସ୍ତରୀୟ କମିଟି ବୈଠକ

ଛତ୍ରପୁର : ସ୍ଥାନୀୟ ଜିଲ୍ଲାପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ କଠିନ ବଜ୍ୟବସ୍ତୁ ପରିଚାଳନା ର ଜିଲ୍ଲାସ୍ତରୀୟ କମିଟି ବୈଠକ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ପାଇଲେଟ୍ ପ୍ରୋଜେକ୍ଟ ୧୫୬ଟି ଗ୍ରାମ ପଞ୍ଚାୟତକୁ ପ୍ରଥମ ପର୍ଯ୍ୟାୟରେ କଠିନ ବଜ୍ୟ ବସ୍ତୁ ପରିଚାଳନା ଉପରେ ସଚେତନତା କିପରି କାର୍ଯ୍ୟ ସଂପର୍କ ସଚେତନତା କରାଇବା ସହ କମିଟି ଗଠନ ନିମନ୍ତେ ନିଆଯାଇଥିବା ବେଳେ ଗଂଜାମ ଜିଲ୍ଲାର ୧୦ଟି ଗ୍ରାମ ପଞ୍ଚାୟତ ପାଇଲେଟ୍ ପ୍ରଜୋକ୍ଟ ଭାବେ ନିଆଯାଇଛି । ଗ୍ରାମାଞ୍ଚଳ ଅଳିଆ ଅବର୍ଜନା ତଥା ପ୍ଲାଷ୍ଟିକ୍ , ଲୁହା, କାଚ ଏବଂ ବିଭିନ୍ନ ଯାବତୀୟ ବଜ୍ୟ ବସ୍ତୂ କୁ କିପରି ସଂଗ୍ରହ କରାଯିବ । ସେଥି ମଧ୍ୟରୁ ଗାଁ ଗାଁ ପ୍ରତ୍ୟେକ ୨/୩ ଦିନ କୁ ଥରେ ଗ୍ରାମ୍ୟ କମିଟି ଏବଂ ସ୍ୱୟଂ ମହିଳା ଗୋଷ୍ଠୀ ମାନଙ୍କ ଦ୍ୱାରା ଏହା ସଂଗ୍ରହ କରାଯିବ ନିମନ୍ତେ ଲକ୍ଷ୍ୟ ରହିଛି । ଯାହାଦ୍ୱାରା ପରିବେଶ ସଫା ସହିତ ବିଭିନ୍ନ ରୋଗରୁ ଲୋକମାନେ ମୁକ୍ତ ରହିବେ । ପ୍ଲାଷ୍ଟିକ୍ ଅବର୍ଜନା ଗୁଡିକୁ ଖୋଲାରେ ପୋଡାଯିବ ନାହିଁ । ସଂଗ୍ରହ କରାଯାଇଥିବା ବିଭିନ୍ନ ରକମର ଅବର୍ଜନା ଗୁଡିକ ଗ୍ରାମ କମିଟି ଦ୍ୱାରା ଚିହ୍ନଟ ହୋଇଥିବା ଏକ ସ୍ଥାନରେ ପକାଯିବ । ଅଗଷ୍ଟ ୧୫ ତାରିଖ ସୁଦ୍ଧା ଜିଲ୍ଲା ୧୦ଟି ପଞ୍ଚାୟତ ଯଥା ଖଲିକୋଟ ବ୍ଲକର ବିକ୍ରମପୁର, କଇଁରାସି, କହ୍ନେଇପୁର, କେଶପୁର, ଲଙ୍ଗେଳେଶ୍ୱର, ପଥରା, ଏସ.କେ.ଶରଣପୁର , ଛତ୍ରପୁର ବ୍ଲକର ଚମାଖଣ୍ଡି, ଗଂଜାମ ବ୍ଲକର ମଲାଡ ଏବଂ ହିଂଜିଳିକାଟୁ ବ୍ଲକର ନନ୍ଦିକ ଗ୍ରାମପଞ୍ଚାୟତ କୁ ପାଇଲେଟ ପ୍ରଜେକ୍ଟ ପ୍ରଥମ ପର୍ଯ୍ୟାୟରେ ଏହି ବଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି । ବାଇଲା ଅନୁସାରେ ଏହା ଜିଲ୍ଲାରେ ୧୩ଜିଲ୍ଲାସ୍ତରୀୟ କମିଟି ହେବ । ବ୍ଲକସ୍ତର ରେ ୧୦ଜଣିଆ ବ୍ଲକସ୍ତରୀୟ କମିଟି ଏବଂ ଗ୍ରାମ ପଞ୍ଚାୟତ ରେ ୭ଜଣିଆ ପଞ୍ଚାୟତସ୍ତରୀୟ କମିଟି ଗଠନ କରାଯିବ । ଜିଲ୍ଲାସ୍ତରୀୟ କମିଟି ଗଂଜାମ ଜିଲ୍ଲାପାଳ ଅଧ୍ୟକ୍ଷ ଭାବେ ରହିଥିବା ବେଳେ ଡିଆରଡିଏ ପିଡି କନଭେରନ୍ ରହିଛନ୍ତି । ଆଉ ବଳକା କମିଟି ମେମ୍ବର ଅଛନ୍ତି । ସେହିପରି ବ୍ଲକ ସ୍ତରରେ ବିଡିଓ ଅଧ୍ୟକ୍ଷ ଏବଂ ପଞ୍ଚାୟତ ସ୍ତରରେ ସରପଞ୍ଚ ଅଧ୍ୟକ୍ଷ ଭାବେ ରହିବେ । ଏହି ବାଇଲା ସଂପର୍କ ବିଡିଓ ବ୍ଲକ ସ୍ତରରେ ବୈଠକ କରି ସଚେତନତା କରିବା ପଞ୍ଚାୟତ ପ୍ରତିନିଧି ଏହାର କାର୍ଯ୍ୟକାରୀ ସଂପର୍କ ବୁଝାଇବେ । ସେହିପରି ସରପଞ୍ଚ ମାନେ ଗାଁ ଗାଁରେ ଲୋକମାନଙ୍କୁ ବାଇଲା ଏବଂ ପରିଚାଳନା ସଂପର୍କ ସଚେତନତା କରାଇବା ସହ କମିଟି ଗଠନ ଅଗଷ୍ଟ ୧୫ ସୁଦ୍ଧା କରିବେ । ଜିଲ୍ଲାରେ ରହିଥିବା ବଳକା ଗ୍ରାମ ପଞ୍ଚାୟତ ଦ୍ୱିତୀୟ ପର୍ଯ୍ୟାୟକ୍ରମେ ଆରମ୍ ହେବ । ଆଜି ଏହି ବୈଠକରେ ଗଂଜାମ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏପିଡି ଦେବବ୍ରତ ସାହୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମରାଜ ସେଠିଅ।।, ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କ ସମେତ ସମସ୍ତ ବିଡିଓ, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଏବଂ ଜିଲ୍ଲାସ୍ତରୀୟ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ