କଡା ପ୍ରତିକ୍ରିୟା ପ୍ରକାଶ କଲେ ପି. ଚିଦାମ୍ବରମ୍
ଥିରୁଭାନନ୍ତପୁରମ୍- କିଛି ଦିନଦଳେ ସେନାଧ୍ୟକ୍ଷ ଜେନେରାଲ ବିପିନ୍ ରାଓ୍ବତ୍ ରଜନେତା ମାନଙ୍କୁ କଟାକ୍ଷ କରିଥଲେ । ଏହା ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ୍ । ସେ କହିଛନ୍ତି ବିପିନ୍ ରାଓ୍ବତ୍ ନିଜ କାମ ଭିତରେ ସୀମିତ ରୁହନ୍ତୁ, ରାଜନେତାଙ୍କୁ ଶିକ୍ଷାଦେବା ବନ୍ଦକରନ୍ତୁ ଜନେତାମାନେ ସେନା ଅଧିକାରୀଙ୍କୁ କିଭଳି ସେମାନଙ୍କ କାର୍ୟ୍ୟ କରିବାକୁ ହୁଏ କୁହନ୍ତି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ସୂଚନାଥାଉକି ସିଏଏ ବିରୋଧୀ ହିଂସାରେ ସାମିଲ ଥିବା ଯୁବବର୍ଗଙ୍କୁ ଖରାପ ବାଟରେ ନେଉଥିବା ଲୋକ ନେତା ନୁହେଁ ବୋଲି ଜେନେରାଲ ରାଓ୍ବତ୍ ଗୁରୁବାର କହିଥିଲେ।


