କଥାକାର କହ୍ନେଇ ଲାଲଙ୍କ ଜୟନ୍ତୀ ସମାରୋହ

ବାଲେଶ୍ୱର, (ସରୋଜ ପଣ୍ଡା) :କଥାକାର କହ୍ନେଇଲାଲ ଦାସଙ୍କ ୭୫ତମ ଜୟନ୍ତୀ ସମାରୋହ ସ୍ଥାନୀୟ ଆତିଥ୍ୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କହ୍ନେଇଲାଲ ସ୍ମୃତି ସଂସଦ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ସଂସଦର ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ର ସଭାପତିତ୍ୱ କରିଥିଲେ । କଥାଶିଳ୍ପୀ ଶ୍ୟାମା ପ୍ରାଦ ଚୌଧୁରୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀର୍ଘବର୍ଷ ପରେ କେହ୍ନଇଙ୍କ ସାହିତ୍ୟ କୃତିକୁ ପଡ଼ିବାକୁ ପାଉଛି ବୋଲି କହିଥିଲେ । କଥାକାର ଭୀମ ପୃଷ୍ଟି ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଲେଶ୍ୱର ମାଟିରେ କହ୍ନେଇର ପ୍ରେମ ରହିଛି ବୋଲି କହିଥିଲେ । ତେବେ କହ୍ନେଇଙ୍କ ଦ୍ୱାରା ସୃଷ୍ଟି ସାହିତ୍ୟକୁ ପାଠ୍ୟକ୍ରମରେ ସାମିଲ କରିବା ସହ ଅନ୍ୟଭାଷାରେ ଅନୁବାଦ ପାଇଁ ଶ୍ରୀ ପୃଷ୍ଟି ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ପ୍ରତିଭାବାନ କଥାଶିଳ୍ପୀ ବିରଜା ରାଉତରାୟଙ୍କୁ କହ୍ନେଇ କଥା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସମ୍ମାନିତ ଅବସରରେ ଶ୍ରୀ ରାଉତରାୟ କହ୍ନେଇଙ୍କ ସାହିତ୍ୟକୁ ସମସ୍ତଙ୍କ ନଜରକୁ ଆଣିବା ଉଚିତ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସଂସଦର ଆବାହକ କବି ଶ୍ରୀଦେବ ଅତିଥିଙ୍କୁ ମଂଚ ଆମନ୍ତ୍ରଣ କରିଥିଲେ । ଅନ୍ୟତମ ଆବାହକ ଗୌତମବୁଦ୍ଧ ଦାସ, କାର୍ଯ୍ୟକାରୀ ସଭାପତି କୃଷ୍ଣ କୁମାର ମହାନ୍ତି, ସମ୍ପାଦକ ଉତ୍ପଳ ମହାନ୍ତି, କମର୍ଦ୍ଦା କହ୍ନେଇ ଲାଲ ସ୍କୃତି ସଂସଦ ସଭାପତି ଡ. ବିଜୟ ମିଶ୍ର, କାଳୀକିଙ୍କର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯାଦବେଶ ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ରାଜେଶ ଗିରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ