କଥାକୁହା ପଥର

ବହୁ ପୁରୁଣା କାଳରେ ପେରୁରୁ ଦୁର୍ଗମ ଅଞ୍ଚଳରେ ଥିବା ଗୋଟିଏ ଛୋଟିଆ ଗାଁରେ ରହୁଥିଲା ଅନାଥ ବାଳକଟିଏ । ଦିନେ ତାର ମାଉସୀ ତାକୁ ଧନୁ ଏବଂ ତୀର ଦେଇ ଜଙ୍ଗଲକୁ ପଠାଇଲେ କିଛି ଶିକାର କରି ଆଣିବା ପାଇଁ । ପିଲାଟି ତିନିଟି ଚଢେ଼ଇ ମାରିସାରିଲା ବେଳକୁ ଦ୍ୱିପ୍ରହର ହୋଇସାରିଥାଏ । ତାକୁ ଥକା ଲାଗିବାରୁ ସେ ବସିପଡିଲା ଗୋଟିଏ ପଥର ଉପରେ । ହଠାତ୍ ଶୁଣିଲା ଏକ ମଧରୁ ଆରେ ପିଲା ଗପଟିଏ ଶୁଣିବୁ କି ? ପିଲାଟି ମୁଣ୍ଡ ଉଠାଇ ଏଣେତେଣେ ଚାହିଁଲା, ହେଲେ କେହି ଆଖିରେ ପଡିଲେନାହିଁ ସେ ଉକ୍ତ ସ୍ୱରକୁ ମନର ଭ୍ରାନ୍ତି ଭାବି କୌଣସି ପ୍ରତିକ୍ରିୟା ପ୍ରକାଶ କଲାନାହିଁ । କିଛି ସମୟ ପରେ ପୁଣି ଥରେ ଏକା ପ୍ରଶ୍ନ ପଚାରିଲା ଜଣେ କିଏ । ଏଥରକ ଭୟ ପାଇଗଲା ପିଲାଟି । ଦଉଡି ପଳାଇବାକୁ ଯାଉଥିଲା, ହଠାତ୍ ଅନୁଭବ କଲା ସେ ବସିଥିବା ପଥରଟି ହିଁ ତାକୁ ପଚାରୁଛି । ପିଲାଟି ଗପ କାହାକୁ କୁହାଯାଏ ଜାଣି ନ ଥିଲା । ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ଗପ କଣ ? ପଥର କହିଲା, ପୁରୁଣା କାଳରେ ଘଟିଥିବା ଘଟଣାକୁ ଗପ କହନ୍ତି । ସେସବୁ ଶୁଣିଲେ ବହୁ କଥା ଜାଣିବୁ । ମୋ ଗପ ଶୁଣିବୁ ତ ? ପିଲାଟି ହିଁ ମାରିବାକୁ ପଥର ଗପିଚାଲିଲା ଗୋଟିଏ ପରେ ଗୋଟିଏ ଗପ । ଏମିତି ସନ୍ଧ୍ୟା ହୋଇଗଲା ଗପ ଶୁଣୁ ଶୁଣୁ । ପଥର ଗପ ବନ୍ଦ କରି କହିଲା, ଏତିକି ଏଥର ଘରକୁ ଯାଆ । କାଲି ତୋ ଗାଁ ଲୋକଙ୍କୁ ନେଇ ଏଠାକୁ ଆସିବୁ । ସମସ୍ତେ ମୋ ପାଇଁ କିଛି ନା କିଛି ଉପହାର ଆଣିଥବ । ପିଲାଟି ଗାଁକୁ ଫେରି ସବୁ କଥା କହିଲା । ତାହା ପର ଦିନ ଗାଁ ଲୋକେ ପଥର ପାଇଁ ନାନା ଉପହାର ନେଇ ସେଠାକୁ ଆସିଲେ ଏବଂ ଗପ ଶୁଣି ଚମତ୍କୃତ ହେଲେ । ଶେଷରେ ପଥର ସେମାନଙ୍କୁ କହିଲା, ଯିଏ ଯାହା ଯାହା ଶୁଣିଲ, ମନେ ରଖିବ ଏବଂ ଅନ୍ୟମାନଙ୍କୁ କହିବ । ସେମାନେ ଅନ୍ୟମାନଙ୍କୁ କହିବେ ସେମିତି ହେଲେ ସମସ୍ତଙ୍କର ଜ୍ଞାନ ବଢ଼ିବ । ଏମିତି ସୃଷ୍ଟି ହୋଇଥିଲା କାହାଣୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ