କନ୍ୟା ଭୃଣ ହତ୍ୟା ପ୍ରତିବାଦରେ ସଚେତନତା କାର୍ଯ୍ୟକ୍ରମ

ବାଲିକୁଦା,(ଅନସୂୟା ରାଉତ): ଆଜି ବାଲିକୁଦା ବ୍ଲକ ଅନ୍ତର୍ଗତ ଏକ ମୁଳ ଗାଁ ପଞ୍ଚାୟତ ସିଙ୍ଗିରୀ ଗ୍ରାମରେ ଶିଶୁ କଲ୍ୟାଣ ବିଭାଗ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସିଙ୍ଗିରୀ କ ଓ ଖ ଅଙ୍ଗନବାଡି କେନ୍ଦ୍ରର ଦୁଇ ଜଣ କାର୍ଯ୍ୟ କର୍ତ୍ତା ଲକ୍ଷ୍ମୀ ପ୍ରିୟା ଜେନା ଓ ଅନୁପମା ସ୍ଵାଇଁ ସହାୟକ ସୋଭାଗିନୀ ସ୍ଵାଇଁ , ଯାମିନୀ ବେହେରାଙ୍କ ସହିତ କନ୍ୟା ଭୃଣ ହତ୍ୟା  ପ୍ରତିବାଦରେ ସଚେତନତା କରାଇଥିଲେ । ଝିଅ ହେଲେ ପାଠେଇ, ଦେଶ ଯିବ ଆଗେଇ । ଝିଅ ହେଲେ ଜନମ, ବଢେ ପୁଣ୍ୟ କରମ । ଇତ୍ୟାଦି ଶ୍ଲୋଗାନ୍ ନିଜ ନିଜର ଅଞ୍ଚଳ ପରିକ୍ରମା କରିଥିଲେ । ଶେଷରେ ସିଙ୍ଗିରୀ ମଠ ପ୍ରାଙ୍ଗଣରେ ଶତାଧିକ କିଶୋରୀ ଓ ମହିଳାଙ୍କୁ ନେଇ କନ୍ୟା ଭୃଣ ହତ୍ୟା କରିବା ନାହିଁ ବୋଲି ପ୍ରତିଜ୍ଞା କରିଥିଲେ । କନ୍ୟା ଭୃଣ ହତ୍ୟା କରିବାରୁ ଦେଶରେ ପୁଅଙ୍କ ଅନୁପାତରେ ଝିଅ ସଂଖ୍ୟା କମିଯାଉଛି । ଫଳତ ଦୁର୍ଷମ ପରି ଜଘନ୍ୟ କାର୍ଯ୍ୟ ହେଉଛି । ଏଣୁ ମାତୃ ଗର୍ଭରେ ଥିବା କନ୍ୟା ଭୃଣକୁ ଭୂମିଷ୍ଠ ହେବାକୁ ଦେବା ନିମନ୍ତେ କିଶୋରୀ ମାନେ ସଙ୍କଳ୍ପ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ