ଉତ୍କଳ ଖଦୀ ମଣ୍ଡଳ ପକ୍ଷରୁ ଲୋକନାୟକ ଜୟପ୍ରକାଶ ନାରାୟଣ ଓ ସର୍ବୋଦୟ ନେତା ମନମୋହନ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ ପାଳିତ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଉତ୍କଳ ଖଦୀ ମଣ୍ଡଳ ପକ୍ଷରୁ କେଦାର ଲେନ୍, ଗାନ୍ଧୀ ଭବନ ପରିସରରେ ଲୋକନାୟକ ଜୟପ୍ରକାଶ ନାରାୟଣ ଓ ସର୍ବୋଦୟ ନେତା ମନମୋହନ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ଦେଶର ସାମ୍ପ୍ରତିକ ପରିସ୍ଥିତି ଉପରେ ଏକ ଆଲୋଚନା ସଭା ଉତ୍କଳ ଖଦୀ ମଣ୍ଡଳ ସଭାପତି ବିଶିଷ୍ଟ ଗାନ୍ଧୀବାଦୀ ବରିଷ୍ଠ ଆଡ଼ଭୋକେଟ ବୈଷ୍ଣବ ଚରଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଆଖି ଆଗରେ ରଖି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଗାନ୍ଧୀଙ୍କର ଅସହଯୋଗ ଅହିଂସା ଆନ୍ଦୋଳନକୁ ଦେଶର ବର୍ତ୍ତମାନ ସ୍ଥିତିରେ ନିତାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ସେତେବେଳେ ବିରାଟ ବ୍ରିଟିଶ ବାହିନୀ ବିନା ଅସ୍ତ୍ରରେ ଆମ ଦେଶରୁ ବିତାଡ଼ିତ କରିଥିଲେ । ତାଙ୍କର ଅସ୍ତ୍ର ଥିଲା ବିଦେଶୀ ଦ୍ରବ୍ୟ ବର୍ଜନ କରି ସ୍ୱଦେଶୀ କାରିଗରୀରେ ଦ୍ରବ୍ୟ ବ୍ୟବହାର କରିବା । ସେଥିପାଇଁ ସେ ଲୋକମାନଙ୍କୁ ହାତ ତିଆରି ଅରଟରେ ସୂତା କାଟି ଲୁଗା ବୁଣି ପିନ୍ଧିବାକୁ କହୁଥିଲେ । ବ୍ରିଟିଶ ମାନଙ୍କୁ ପରାସ୍ତ କରିବାକୁ ଗାନ୍ଧୀଙ୍କର ମୁଖ୍ୟ ଅସ୍ତ୍ର ଥିଲା ଅରଟ । ସେହିପରି ଖଦୀ ଗ୍ରାମାଞ୍ଚଳ ଉଦ୍ୟୋଗର ପ୍ରାକ୍ତନ ନିର୍ଦ୍ଦେଶକ ମୁଖ୍ୟ ବକ୍ତା କ୍ଷୀରୋଦ ରଞ୍ଜନ ସାହୁ ମଧ୍ୟ ସାମ୍ପ୍ରତିକ ପରିସ୍ଥିତି ପାଇଁ ଗଭୀର ପଞ୍ଚଭୂତ ପ୍ରଦୂଷିତ ହୋଇଛି । ଏହାକୁ ପ୍ରଦୂଷଣମୁକ୍ତ କରିବା ନିତ୍ୟାନ୍ତ ଜରୁରୀ ଅଟେ । ପରିବର୍ତ୍ତନର ସମ୍ପାଦକ ଆଡ଼ଭୋକେଟ ରମାକାନ୍ତ ପରିଜା ଜୟପ୍ରକାଶଙ୍କ ଆତ୍ମ ଜୀବନୀ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଆମେ ବର୍ତ୍ତମାନ ପରିସ୍ଥିତିରେ ପୂର୍ବପୁରୁଷ କଥାକୁ ମାନି ଚଳିଲେ ରାମରାଜ୍ୟ ଫେରି ଆସିବ । ଶେଷରେ ପ୍ରଭାସ ଚନ୍ଦ୍ର ସେଠୀ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖଦୀ ମଣ୍ଡଳର ସମ୍ପାଦକ ଧ୍ରୁବଚରଣ ଲେଙ୍କା, ବିରଂଚି ନାରାୟଣ ଗାଆଣ, ଶରତ ଚନ୍ଦ୍ର ମୁଦ୍ରା, ରଞ୍ଜନ କୁମାର ନାୟକ, ଶାନ୍ତିଲତା ଲେଙ୍କା, ବିଦ୍ୟାଧର ନାୟକ ଓ ବିଶୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।


