କମିଶନରେଟ୍ ପୋଲିସ କବ୍ଜାରେ ଲୁଟେରା ଗ୍ୟାଙ୍ଗ
କଟକ,(ଦୀପକ୍ କୁମାର ବେଉରା): ଜାତୀୟ ରାଜପଥ ରେ ଲୁଟ୍ କରୁଥିବା ଦୁଇ ଜଣେ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ସେମାନଙ୍କଠାରୁ ଲୁଟ ଚୋରା ସୁନା ରୂପା ଜିନିଷ କିଣିଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ବାଙ୍କୀ ନରଗଙ୍ଗା ଗାଁ ର ମୁନା ଓରଫ ଆଶିଷ କୁମାର ଦାସ ଏବଂ ପାକ ଓରଫ ପ୍ରକାଶ ଚନ୍ଦ୍ର ଦଳେଇ ଏବଂ ଏମାନଙ୍କଠାରୁ ଚୋରା ସୁନାରୂପା ଜିନିଷ କଣିଥିବା ଅଭିଯୁକ୍ତ ଜଣକ ହେଲେ ଲାଲବାଗ ଥାନା ଅନ୍ତର୍ଗତ ମହମ୍ମଦିଆ ବଜାର ଅଞ୍ଚଳ ରେ ଭଡା ରହୁଥିବା ସଞ୍ଜୟ ସାସମଲ ଯାହାଙ୍କର ପ୍ରକୃତ ଘର ପଶ୍ଚିମବଙ୍ଗ ପଶ୍ଚମ ମିଦନାପୁର । ଏହି ଦୁଇ ଲୁଟେରାଙ୍କଠାରୁ ପୋଲିସ ମୋଟ ୧୩୪ ଗ୍ରାମ ୫୨୦ ମିଲିଗ୍ରାମ ସୁନା ଜବତ କରିଛି। ସେମାନେ ବ୍ୟବହାର କରୁଥିବା ୪ଟି ମୋବାଇଲ ଫୋନ ଏବଂ ଦୁଇ ମୋଟର ସାଇକେଲକୁ ମଧ୍ୟ ପୋଲିସ ଜବତ କରିଛି ବୋଲି ସୂଚନା ଦେଇଛନ୍ତି କଟକ ଡିସିପି।ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ଦୁଇ ଲୁଟେରାଙ୍କ ବାବଦରେ ସୂଚନା ଦେଇ କଟକ ଡିସିପି କହିଛନ୍ତି ଏମାନେ ଦୀର୍ଘ ଦିନରୁ କଟକ ସଦର ଅଞ୍ଚଳ ରେ ସକ୍ରିୟ ରହି ଲୁଟ କରୁଥିଲେ। ଏମାନଙ୍କ ନାଁରେ ପୂର୍ବରୁ ୧୧ଟି ମାମଲା ରହିଛି, ଏମାନେ ଲୁଟ ସୁନା ରୂପା ଜିନିଷକୁ ସଞ୍ଜୟକୁ ବିକ୍ରି କରିଥିବା କଥା ପୋଲିସକୁ ପଚରାଉଚରା ରେ କହିବା ପରେ ପୋଲିସ ତାକୁ ମଧ୍ୟ କାବୁ କରିଥିଲା, ଏମାନଙ୍କୁ ଆଜି କୋର୍ଟ ଚାଲାଣ କରି ଜେଲ ପଠାଇ ଦେଇଛି ପୋଲିସ।