କମ୍ପାନୀ କର୍ମଚାରୀଙ୍କ ଘରୁ ଟଙ୍କା, ସୁନା ଓ ମୋବାଇଲ ଚୋରି

ଯୋଡା, ( ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସହରର ବନେଇକଳା ବସ୍ତିରେ ଭଡା ଘରେ ରହୁଥିବା ଜଣେ କମ୍ପାନୀ କର୍ମଚାରୀଙ୍କ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ର ସୂଚନାନୁଯାୟୀ, ଶ୍ୟାମ୍ ମେଟାଲିକ କମ୍ପାନୀରେ କାର୍ଯ୍ୟରତ ଏସଏମ ବର୍ମା ଉକ୍ତ ବସ୍ତିର ପୁରୋଷୋତମ ବାରିକଙ୍କ ଘର ଉପର ମହଲାରେ ଭଡାରେ ରହୁଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଏସଏମ ବର୍ମା ଓ ତାଙ୍କ ପତ୍ନୀ ଶୋଇଥିବା ସମୟରେ ଚୋର ଶୋଇବା ଘରେ ପଶି ନଗଦ ୮୦ ହଜାର ଟଙ୍କା ଓ ୩ଟି ସୁନା ଚେନ୍‌, ୨ହଳ ସୁନା କାନ ଫୁଲ, ୨ ହଳ ସୁନା ଚୁଡି, ୭ଟି ସୁନା ମୁଦି, ୨ଟି ସୁନା କାନ ମୁଥ, ୪ ହଳ ରୂପା ପାଉଁଜ ସହ ୨ଟି ମୋବାଇଲ୍ ଫୋନ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ପୋଲିସ କେଶ୍ ନଂ ୯୭/୨୦୨୦ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଚୋରି ହୋଇଥିବା ଘରର କିଛି ଦୂରରେ ଥିବା ପୋଖରୀ ନିକଟରେ ଚୋର ଛାଡିଯାଇଥିବା ଖାଲି ବ୍ୟାଗ୍ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ