କରତକଳ ଉଠାଇବାକୁ ଜିଲ୍ଲାପାଳଙ୍କଠାରେ ଦାବି

ବାଲେଶ୍ୱର : ରେମୁଣା ବ୍ଲକ ସୁତେଇ ଗ୍ରାମପଞ୍ଚାୟତରେ ଦୀର୍ଘ ଦିନ ଧରି ବେଆଇନ କରତକଳ ବସାଇ ଚୋରା କାଠ କାଟି ସପ୍ଲାଏ କରୁଥିବାର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି । ସୁତେଇ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଗ୍ରାମର ଜୈନିକ ବ୍ୟକ୍ତି ବେଆଇନ କରତକଳ ବସାଇ ଦିନରାତି ଚୋରାକାଠ କାଟୁଥିବା ବେଳେ ଅଞ୍ଚଳର ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଆଖପାଖ ଅଞ୍ଚଳରେ ସୁତେଇ ୟୁ.ଜି.ୟୁ.ପି ସ୍କୁଲ, ଆଦର୍ଶ ବିଦ୍ୟାଳୟ, ଝାଡେଶ୍ୱର ଇଞ୍ଜିନିୟରିଂ କଲେଜ ଆଦି ଅନୁଷ୍ଠାନ ରହିଛି । କରତକଳ ଯୋଗୁଁ ପରିବେଶ ଦୁଃଷିତ ହେଉଥିବାରୁ ଏହାକୁ ବନ୍ଦ କରିବା ପାଇଁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏଥିସହିତ ପ୍ରତ୍ୟେକ ଦିନ ରାତିରେ ନୀଳଗିରି ଓ ମିତ୍ରପୁର ଅଞ୍ଚଳରୁ ଶାଳ, ଶାଗୁଆନ, ନିମ, ଆକାଶୀ, କଷି ଆଦି ଜଙ୍ଗଲଜାତୀୟ କାଠ ପିକ୍ଅପ୍ ସାହାଯ୍ୟରେ ଉପରେ ତମ୍ବୁ ଢାଙ୍କି ଭୋର ଓ ସନ୍ଧ୍ୟାରେ ଆଣି କରତକଳ ମାଲିକ ଘର ପଛପଟେ ଲୁଚାଇ ରଖିଥାଏ ଏବଂ ଏହାକୁ କାଟି ବାହାରକୁ ପଠାଏ । ଏହି କାଠ ଆଣିବା ପଛରେ ନୀଳଗିରି ରେଞ୍ଜର ଓ କୁରୁଡା ଡି.ଏଫ୍.ଓ ମୋଟା ଅଙ୍କର ଅର୍ଥ ନେଇ ସାହାଯ୍ୟ କରୁଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ବାବଦରେ ଆଗରୁ ଗ୍ରାମବାସୀମାନେ ଡି.ଏଫ୍.ଓ ଓ ରେଞ୍ଜରଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଖୁବ୍ ଶୀଘ୍ର ତଦନ୍ତ କରାଯାଇ ବେଆଇନ ଭାବେ ଚାଲୁଥିବା କରତକଳଟିକୁ ବନ୍ଦ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ