ଜିଲ୍ଲା କଂଗ୍ରେସ ତତ୍ୱ୍ୱଫରୁ ଅମିତ ସାହା ଙ୍କ କୁସପୁତ୍ତଳିକା ଦାହ

ବାଲେଶ୍ୱର, (ସରୋଜ ପଣ୍ଡା):ଗୁରୁବାର ସଂସଦରେ ଗୃହମନ୍ତ୍ରୀ ଅମିତ ସାହା, ଭାରତରତ୍ନ ଡ଼.ବାବାସାହେବ ଆମ୍ବେଦକର ଙ୍କ ବିଷୟରେ ଅପମାନିତ କୁମନ୍ତବ୍ୟ ଦେଇଥିବା ପ୍ରତିବାଦରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ତତ୍ୱ୍ୱଫରୁ ଅମିତ ସାହା ଙ୍କ କୁସପୁତ୍ତଳିକା ଦାହ ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରୀଙ୍କ ନେତୃତ୍ୱରେ ପୋଲିସ ଲାଇନ ଛକ ସ୍ଥିତ ଡ଼.ବାବାସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଅନୁଷ୍ଠିତ ହୋଇ ଯାଇ ଅଛି।ଏହି କୁସପୁତ୍ତଳିକା ଦାହ କାର୍ଯ୍ୟକ୍ରମରେ ବହୁସଂଖ୍ୟକ କଂଗ୍ରେସ ନେତା କର୍ମୀ ମାନେ ଉପସ୍ଥିତ ଥିଲେ।ଏହି ଅବସରରରେ ଜିଲ୍ଲାକଂଗ୍ରେସ ସଭାପତି ଶ୍ରୀ ଗିରି ଓ ପୁର୍ବତ୍ତନ ରେମୁଣା ବିଧାୟକ ତଥା କଂଗ୍ରେସ ନେତା ସୁଦର୍ଶନ ଜେନା ସାମ୍ବାଦିକ ମାନଙ୍କୁ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଆଜି ସକାଳ ଠାରୁ ଅମିତ ସାହା ଙ୍କୁ ବଞ୍ଚାଇବା ପାଇଁ ବିଜେପି ଦଳ ପକ୍ଷରୁ ରାହୁଲ ଗାନ୍ଧୀ ଙ୍କୁ ନେଇ ଏକ ମିଛ ନାଟକ ସଂସଦ ରେ ରଚାଯାଇଛି।ଏବଂ ବିଜେପି କୁ ପ୍ରଶ୍ନ କରିଥିଲେ କି କାହିଁକି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜୀ ଏବଂ ଇଣ୍ଡିଆ ମେଣ୍ଟ ର ସାଂସଦ ମାନଙ୍କୁ ବିଜେପି ସାଂସଦ ଅଟାକାଇ ଥିଲେ?ସଂସଦରେ ଏତେ ସି ସି ଟିଭି କେମେରା ଲାଗିଥିବା ସତ୍ୱେ ଗୋଟେବି ଘଟଣାର ଭିଡିଓ ଏ ପର୍ଯ୍ୟନ୍ତ ସାର୍ବଜନୀନ ହୋଇ ନାହିଁ।ଯଦି ବିଜେପି ଦଳର ସତ୍ସାହସ ଥାଏ ତାହେଲେ ଏ ସବୁ ପ୍ରଶ୍ନ ର ଉତ୍ତର ଦିଅନ୍ତୁ ନଚେତ ଦେଶବାସୀଙ୍କ ସାମ୍ନାରେ ବିଜେପି ଦଳ କ୍ଷମା ମାଗୁ।ଅନ୍ୟମାନଙ୍କ ମଧ୍ୟରେ ପଦ୍ମଲୋଚନ ଲେଙ୍କା, ସଦର ବିଧାୟକ ପାର୍ଥିନି ମୋନାଲିସା ଲେଙ୍କା,ଅର୍ଚ୍ଚନା ନଦୀ,ଜ୍ୟୋତ୍ସ୍ନା ସେନାପତି,କୁମୁଦିନି ଦାସ,ପ୍ରତିମା ପଣ୍ଡା,ସରୋଜ ଲେଙ୍କା,ଗୋପୀନାଥ ପାଢ଼ୀ ,ବିକାଶ ଦାସ,ରଞ୍ଜନ ଦାଶ,କୃଷ୍ଣ ଗୋପାଳ ପଣ୍ଡା,ଗୌତମ ସାହୁ,କନେଇଁ ବେହେରା,ଜୀବନ ମହାପାତ୍ର,ଅଜଗର ଅଲ୍ଲୀ,ଜୀବନ ବାରିକ,ବିଦ୍ୟାଧର ମହାନ୍ତି,କେଶବ ନାୟକ,ସେକ ରାଜୁ,ବିନିତା ବାରିକ,ସୁବ୍ରତ ରାଉଳ,ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ